ଆଞ୍ଚଳିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ ଯାଇଛି । ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକା ଓ ଅନୁଗୁଳ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ରୁ A1 Grade ରେ ଉତ୍ତୀର୍ଣ୍ଣ ହୋଇଥିବା ୮୬ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ପୁରଷ୍କୃତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀମତୀ ବବିତା ପ୍ରଧାନ , ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ , ସାଂସଦଙ୍କ ଜିଲ୍ଲା ପ୍ରତିନିଧୀ ( ଯୁବ ଓ ଛାତ୍ର ବ୍ୟାପାର ) ଦିନେଶ ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନ କରିବା ସହିତ ଶୁଭେଛା ଜଣାଇଥିଲେ । Advertisement
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…
କେନାଲରୁ ନାବାଳକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ…