ମୁଖ୍ୟ ଖବର ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ Angul OnlineJuly 13, 2022July 13, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୨୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଅପରାହ୍ନ ପରାଟ ୩.୪୫ ସମୟରେ ପାଲଲାହାଡ ପଟରୁ ଅନୁଗୁଳ ଆଡକୁ ଯାଉଥିବା OSRTC ର ଏକ ଯାତ୍ରୀବାହି ବସକୁ ସାମନାରୁ ଆସୁଥିବା ଏକ ଟ୍ୟାଙ୍କର ଧକ୍କା ଦେଇଥିଲା । ଖବର ପାଇ ପାଲଲହଡା ଦମକଳ ବିଭାଗ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ବସ ଯାତ୍ରୀଙ୍କୁ ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଆହତ ହୋଇଥିବା ଜଣା ପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ରାସ୍ତାରୁ ହଟାଇବା ସହ ଅଧିକ ତଦନ୍ତ କରୁଛି I Advertisement
ଅଗ୍ନିକାଣ୍ଡରେ ୧୦ ଛେଳି ଜୀବନ୍ତ ଦଗ୍ଧ ଅନୁଗୋଳ – ଅନୁଗିଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ…
ଯୁବକଙ୍କ ଅମାନବୀୟ କାଣ୍ଡ – ପିଟି ପିଟି ମାରିଦେଲା ଗାଈ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଲିପଟା ଗାଁ କୁସୁମ ସାହିରେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ।ପାରିବାରିବାରିକ କଳହକୁ ନେଇ ଯୁବକ ଜଣଙ୍କ…
ହାତୀ ଆକ୍ରମଣରେ ଗଜ ସାଥୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର କତଡା ଡ଼ଙ୍ଗାଧରସାହିରେ ଅଭାବନୀୟ ଘଟଣା ଘଟି ଯାଇଛି l ହାତୀ ଘଉଡ଼ାଇଵାକୁ ଯାଇଥିବା ବେଳେ ବେଳେ ହାତୀ ଆକ୍ରମଣରେ…