ମୁଖ୍ୟ ଖବର ଜବରଦଖଲ ହୋଇଥିବା ହଜାରେ ଏକର ଜମି ଫେରିବ ସରକାରୀ ଖାତାକୁ Angul OnlineJuly 16, 2022July 16, 2022 ଅନୁଗୁଳ – ଜିଲ୍ଲାର ଅଧିକାଂଶ ସରକାରୀ ଜମି ଏବେ ଜବରଦଖଲକାରିଙ୍କ କବଜାରେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ ଜବରଦଖଲ କରି ଲାଭ କମାଉଛନ୍ତି ଜମି ମାଫିଆ ଓ ଜବରଦଖଲକାରୀ । ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଏହାଦ୍ବାରା ସରକାରଙ୍କ ରାଜସ୍ବ କ୍ଷତି ହେଉଥିବାରୁ ଏବେ ଜିଲ୍ଲା ପ୍ରଶାସନ ଏ ଦିଗରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ଏଥିପାଇଁ ଜବରଦଖଲକାରୀଙ୍କ ଅକ୍ତିଆରରେ ଥିବା ଜମିରୁ ହଜାରେ ଏକର ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲା ପ୍ରଶାସନ ରାଜସ୍ବ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏ ନେଇ ଅନୁଗୁଳ ପୌରାଞ୍ଚଳଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ଅଞ୍ଚଳରେ ଜମି ମାପଚୁପ ଆରମ୍ଭ ହୋଇ ଯାଇଛି । ଅନୁଗୁଳ ଜିଲ୍ଲାରେ ଥିବା ୮ଟି ତହସିଲ ଅଧୀନରେ ୭୬ଟି ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ସେହିପରି ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଆଞ୍ଚଲ ପରିଷଦ ରହିଛି । ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଏଠାରେ ଜମିର ଚାହିଦା ଓ ମୂଲ୍ୟ ଅଧିକ । ଆର୍ଥିକ ଦୃଷ୍ଟିରୁ ଅନୁଗୁଳ ବେଶ ସମୃଦ୍ଧ ମଧ୍ୟ । ଜିଲ୍ଲା ତଥା ରାଜ୍ୟ ବାହାରର ହଜାର ହଜାର ଲୋକ ଏଠାକାର ବିଭିନ୍ନ ଶିଳ୍ପସଂସ୍ଥାରେ କାମ କରୁଥିବାରୁ ସେମାନେ ଅନୁଗୁଳର ସ୍ଥାୟୀ ବାସିନ୍ଦା ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେଣୁ ସହର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ସରକାରୀ ଜମି ଦିନକୁ ଦିନ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି । ଜମି ମାଫିଆ , ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ଜମିକୁ ଅକ୍ତିଆର କରି ବାହାର ଲୋକଙ୍କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଅନେକ ଘର ନିର୍ମାଣ କରି ଭଡ଼ାରେ ଲଗାଉଛନ୍ତି । ଏମାନଙ୍କ ମଧ୍ୟରୁ କେତେଜଣ ବସ୍ତିବାସିନ୍ଦାଙ୍କ ଭୋଟକୁ ନିୟନ୍ତ୍ରଣ କରୁଥିବାରୁ ରାଜନେତାମାନଙ୍କ ଛତ୍ରଛାୟା ତଳେ ରହି ଅଧିକରୁ ଅଧିକ ସରକାରୀ ଜମିକୁ କବ୍ଜା କରିବାରେ ଲାଗିଛନ୍ତି । ତେବେ ବିଳମ୍ବରେ ହେଲେ ବି ଜିଲ୍ଲା ପ୍ରଶାସନର ନିଜର ଏବେ ଜବରଦଖଲକାରୀଙ୍କ ଉପରେ ପଡ଼ିଛି । ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏହାକୁ ଗମ୍ଭୀରତାର ସହ ନେଇ ଚଳିତ ମାସ ମଧ୍ୟରେ ୧୦୦୦ ଏକର ଜବରଦଖଲ ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଅନୁଗୁଳ ସହରରେ ୧୦୦ ଏକର ଜମି ପ୍ରଥମେ ଜବରଦଖଲମୁକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଇତିମଧ୍ୟରେ ଜମି ମାପଚୁପ ମଧ୍ୟ ଆରମ୍ଭ ହୋଇଯାଇଛି । ଅନୁଗୁଳ ସହରରେ ୫୦ ଏକର ଓ ବ୍ଲକ ଅଞ୍ଚଳ ଗୁଡ଼ିକରେ ୨୦ରୁ ୩୦ ଏକର ଲେଖାଏ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି । ତେବେ ହଠାତ୍ ଜିଲା ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନ ଜମି ମାଫିଆମାନଙ୍କୁ ଚିନ୍ତାରେ ପକାଇ ଦେଇଛି । Advertisement
ଦୁର୍ଘଟଣାରେ ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କାଙ୍ଗୁଲା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ସେହି ଗାଁର ଚାନ୍ଦ…
ନିଆରା ଚିତ୍ରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଜୁଲାଇ ମାସ ୨୬ ତାରିଖ ହେଉଛି କାର୍ଗିଲ ବିଜୟ ଦିବସ । ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ । ଭାରତୀୟ ଯବାନ ମାନେ…
ନାଲକୋର ଉତ୍କଳ ଡି ଓ ଇ, କମ୍ପାନୀ କାର୍ଯ୍ୟକୁ ବନ୍ଦ କରି ୨୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମ ପଂଚାୟତର ଗୋପିବଲ୍ଲଭପୁର ଠାରେ ନାଲକୋର ଉତ୍କଳ “ଡି” ଓ “ଇ”, କମ୍ପାନୀ ପକ୍ଷରୁ ପ୍ରସ୍ତାବିତ…