ଅପରାଧ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ହେଲେ ଭୁବନେଶ୍ବରର ରାଫିଉଦିନ ଖାନ ଏବଂ ଅନୁଗୁଳ ମହୀଧରପୁରର ରାଜେଶ ନାୟକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଅଁରପାଳ ଥାନା ଗୋତମରା ଗାଁର ନିରଞ୍ଜନ ବରାହ ନାମକ ଜଣେ ବ୍ୟକ୍ତି ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ , ଅନୁଗୁଳ ମହୀଧରପୁରର ରାଜେଶ ନାଏକଙ୍କ ମଧ୍ୟସ୍ତତାରେ ଭୁବନେଶ୍ବରର ରାଫିଉଦିନ ଖାନ ତାଙ୍କ ପୁଅ ବିଶ୍ଵଜିତ ବରାହଙ୍କ ସହ ୩ ଜଣଙ୍କୁ ରେଲୱେର ଗ୍ରୁପ ସି ଏବଂ ଗ୍ରୁପ ଡ଼ିରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ସମୟରେ ଟଙ୍କା ନେଇଥିଲା । ଏପରିକି ସେ କଲିକତା ନେଇ ମେଡିକାଲ ଟେଷ୍ଟ କରାଇବା ସହ ଏକ ସ୍ଥାନରେ ସମସ୍ତଙ୍କୁ ତାଲିମ ମଧ୍ୟ ଦେବା ସହ ଟ୍ରେନିଂ ଲେଟର ମଧ୍ୟ ଦେଇଥିଲା । ତାଲିମ ସାରିବା ପରେ ଜଏନିଙ୍ଗ ଲେଟର ପାଇଁ ଅଧିକ ଟଙ୍କା ମାଗିବାରୁ ରାଫିଉଦିନର ଆକାଉଣ୍ଟରେ ୪ ଲକ୍ଷ ୫୦ ହଜାର ଟଙ୍କା ଦିଆ ଯାଇଥିଲା । ଏହିଭଳି ଭାବରେ ରାଫିଉଦିନ ୧୫ ଜଣ ପିଲାଙ୍କ ଠାରୁ ବିଭିନ୍ନ ସମୟରେ ନା ନା ବାହାନା କରି ୪୩ ଲକ୍ଷ ଟଙ୍କା ନେଇଥିଲା । ହେଲେ ଏହା ପରେ କିଛିଦିନ ପରେ ବିଭିନ୍ନ ସ୍ଥାନରେ ଚାକିରି ହୋଇଯାଇଥିବା କହି ଧାନବାଦ , ଖଡଗପୁର ଏବଂ ବର୍ଦ୍ଧମାନ ପଠାଇଥିଲା । ଏପରିକି ସମସ୍ତଙ୍କୁ ନକଲି ଜଏନିଙ୍ଗ ଲେଟର , ମେଡିକାଲ ଟେଷ୍ଟ ପେପର , ଆଇ କାର୍ଡ ଆଦି ପଠାଇଥିଲା । କିନ୍ତୁ ଚାକିରି କରିବାକୁ ବିଭିନ୍ନ ସ୍ଥାନକୁ ଯାଇଥିବା ପିଲା ଚାକିରି ନ ପାଇ ଘରକୁ ଫେରି ଆସିଥିଲେ । ଆଉ ଠକ ହାବୁଡରେ ପଡିଥିବା ସନ୍ଦେହ କରି ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଟଙ୍କା ଫେରସ୍ତ ନକରି ରାଫିଉଦିନ ସେମାନଙ୍କୁ ଗାଳି କରିବା ସହ ଧମକ ଦେଇଥିଲା । ଏଥିପାଇଁ ନିରଞ୍ଜନ ବରାହ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଅଁରପାଳ ପୁଲିସ ତଦନ୍ତ କରି ରାଫିଉଦିନ ଖାନ ଏବଂ ଅନୁଗୁଳ ରାଜେଶ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪…
ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ…
ଯୌତୁକ ପାଇଁ ପତ୍ନୀ ହତ୍ଯାକରୀକୁ ଦଶ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଯୌତୁକ ଦାବି କରିବା ଏବଂ ଏହି ଯୌତୁକ ପାଇଁ ପତ୍ନୀକୁ ହତ୍ଯା କରିବା ଅଭିଯୋଗରେ ଶନିବାର ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରଣବ…