ଆଞ୍ଚଳିକ ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା Angul OnlineJuly 26, 2022July 26, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବୀ ନେଇ ମଙ୍ଗଳବାର ଅନିର୍ଦିଷ୍ଟ ସମୟ କାଳ ପାଇଁ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ , ଛେଣ୍ଡିପଦା ତହସିଲ ତଥା ଉପ-ନିବନ୍ଧନ ଅଧିକାରୀଙ୍କ ଠାରେ ଜମି ରେଜିଷ୍ଟେଶନ୍ ପାଇଁ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ରର ଦଲିଲ ପ୍ରସ୍ତୁତ ଘଟଣାକୁ ନେଇ ଛେଣ୍ଡିପଦା ତହସିଲଦାର ଓକିଲ ସଂଘର ସାଧାରଣ ସଂପାଦକ ପ୍ରଦୀପ କୂମାର ଗଡ଼ନାୟକଙ୍କ ସମେତ ୫ଜଣଙ୍କ ନାମରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଏହାକୁ ନିନ୍ଦାକରିବା ସହିତ ଓକିଲଙ୍କ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର ଓ ଛେଣ୍ଡିପଦା ତହସିଲରେ ହୋଇଥିବା ବିଭିନ୍ନ ଦୁର୍ନିତି ସମ୍ପର୍କରେ ୭ଦିନ ମଧ୍ୟରେ ସମାଧାନ କରିବା ପାଇଁ ଅନୁଗୋଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ । ଉକ୍ତ ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଛେଣ୍ଡିପଦା ଓକିଲ ସଂଘର ସଭାପତି ପଦ୍ମ ଚରଣ ମାଝୀ ସଭାପିତ୍ବରେ କୋର୍ଟ ପରିସରରେ ଥିବା ବାର କାର୍ଯ୍ୟଳୟରେ ସୋମବାର ଦିନ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେଇଥିଲା । ଉକ୍ତ ବୈଠକର ନିଷ୍ପତି ଅନୁଯାୟୀ ସମସ୍ତ ଓକିଲ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ କରିବା ସହିତ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓକିଲ ସଂଘର ସମସ୍ତ ସଦସ୍ୟ ଜମି ଦୁର୍ନୀତିରେ ସଂପୃକ୍ତ ଥିବା ଛେଣ୍ଡିପଦା ତହସିଲଦାରଙ୍କୁ ଅବିଳମ୍ବେ ନିଲମ୍ବନ କରିବା ସହିତ ଗିରଫ କରାଯାଉ , ଓକିଲ ସଂଘ ସଦସ୍ୟଙ୍କ ନାମରେ ଥିବା ମୋକଦ୍ଦମା ପ୍ରତ୍ୟାହାର, ତହସିଲରେ କାର୍ଯ୍ୟରତ ଅଣ ସରକାରୀ କର୍ମଚାରୀଙ୍କ ବାରଣ ଏବଂ ନୂତନ ସବ୍ ରେଜିଷ୍ଟର ନିଯୁକ୍ତି ଆଦି ୪ଦଫା ଦାବୀ ନେଇ ଅନିର୍ଦିଷ୍ଟ କାଳ ପାଇଁ ଶାନ୍ତପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅନୁଗୁଳ – ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ…
ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା…
ହିଡିସିଙ୍ଗ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି । ଏହି…