ମୁଖ୍ୟ ଖବର ବଦଳିଲେ ଦୁଇ ବିଡ଼ିଓ Angul OnlineAugust 12, 2022August 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ହୋଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ନିର୍ଦେଶ ଦିଆ ଯାଇଥିବା ବେଳେ ଏଥିରେ ଅନୁଗୁଳ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ବଦଳି ନିର୍ଦେଶ ମଧ୍ୟ ଦିଆ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସନ୍ଧ୍ୟାଞ୍ଜଳି ମାଝୀଙ୍କୁ କାମାକ୍ଷାନଗର ତହସିଲଦାର ଭାବେ ବଦଳି କରାଯାଇ ଥିବା ବେଳେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ ସାହୁଙ୍କୁ ପୁରୁଷତ୍ତମପୁର ତହସିଲଦାର ଭାବେ ବଦଳି କରା ଯାଇଛି । ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କୁ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି କରା ଯାଇଛି । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରାଙ୍କୁ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନାଙ୍କୁ ତାଳଚେର ତହସିଲଦାର ଭାବେ ବଦଳି କରା ଯାଇଛି । Advertisement
ପାରିବାରିକ କଳହର କରୁଣ ପରିଣତି , ଝୁଲି ପଡିଲେ ଦମ୍ପତ୍ତି । ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର ଅନୁଗୁଳ – ପାରିବାରିକ କଳହରୁ ଗୋଟିଏ ଘରେ ଝୁଲି ପଡିଲେ ଦମ୍ପତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ…
ମୁରବିଶୂନ୍ୟ ହୋଇ ଅକାମି ହେଲା କେନ୍ଦ୍ରୀୟ ପୂଜା କମିଟି – ମେଲଣକୁ ନେଇ ସନ୍ଦେହ ଅନୁଗୁଳ – କେନ୍ଦ୍ରୀୟ ପୂଜା କମିଟି ବୈଠକ ବସିଲା ହେଲେ କମିଟିର କର୍ମକର୍ତ୍ତା ଚୟନ ନେଇ ବୈଠକରେ ନିଷ୍ପତି ହୋଇ ପାରିଲା ନାହିଁ । ଫଳରେ ଚଳିତ…
ମୋଟରସାଇକେଲକୁ ପିଟିଲା ବସ – ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର ଅନୁଗୁଳ – ଅନୁଫୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଜଣ ଗୁରୁତର ହୋଇଛନ୍ତି ।…