ମୁଖ୍ୟ ଖବର ଟିକରପଡା ବୁଲିବା ମନା – ଜିଲ୍ଲାପାଳ ଦେଲେ ନିର୍ଦେଶ Angul OnlineAugust 16, 2022August 17, 2022 ଅନୁଗୁଳ – ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବୃଦ୍ଧିପାଉଛି । ଫଳରେ ଅନୁଗୁଳ ଜିଲ୍ଲାର କେତେକ ବ୍ଲକରେ ବନ୍ୟା ସ୍ଥିତି ଉପୁଜିଛି । ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକର ପଡା, ମଝିପଡା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡିକ ପାଣିଘେରରେ ରହିଛି । ଫଳରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବିଶେଷ ଭାବେ ଘାଟସାହି ପ୍ରଭାବିତ ହୋଇଛି । ସାହିର ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପ କରି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ରାମିମୁଣ୍ଡା, ଗଇଁନ୍ଦି, ବେହାରା ସାହିକୁ ଯୋଗାଯୋଗ ବିଛିନ୍ନ ଥିବାରୁ ସେମାନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ହୀରାକୁଦର ଆହୁରି ଗେଟ୍ ଖୋଲା ଯିବାକୁ ଥିବା ବେଳେ ଟିକରପଡା ଅଞ୍ଚଳରେ ଆହୁରି ପାଣି ବଢିବାର ଆଶଙ୍କା କରା ଯାଉଛି । ଏହି ସମୟରେ ଅନେକ ଲୋକ ବନ୍ୟା ଅଞ୍ଚଳକୁ ବୁଲି ଯାଉଥିବା ବେଳେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ପର୍ଯ୍ୟଟକଙ୍କୁ ଟିକରପଡା ଯିବାକୁ ବାରଣ କରା ଯାଇଛି । ଏଥିପାଇଁ ପମ୍ପାସର ଗେଟ ଠାରେ ଲୋକଙ୍କୁ ଚେକ କରାଯିବ । ବନ୍ୟା ଅଞ୍ଚଳକୁ ଯାଇ ଅଜଥାରେ ଭୋଜି ନ କରିବାକୁ , ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା ନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଛି । ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବନ ବିଭାଗ ଓ ପୁଲିସ ସହ ଆଲୋଚନା କରି ଏହା ଉପରେ ନଜର ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । Advertisement
ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଗୁଳ – ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ…
ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର ଅନୁଗୁଳ – କେୱାଇସିରେ ତୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ ସାଇବର ଠକ ।…
ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି…