ଅପରାଧ ୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର Angul OnlineAugust 18, 2022August 18, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରିଛି । ସୂଚନା ଅନୁସରେ ଗତ ବୁଧବାର ଟାକୁଆ ଗ୍ରାମରେ ଚୋରା ମୋଟରସାଇକେଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ସଦଳବଳେ ଟାକୁଆ ଏବଂ ଆଖପାଖ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୯ ଟି ଚୋରା ମୋଟରସାଇକେଲ ଜବତ କରିବା ସହ ସନ୍ତରାବନ୍ଧ ଗ୍ରାମର ଦୀପକ ସାହୁ , କୁଞ୍ଜବିହାରୀପୁର ଗ୍ରାମର ବିପିନ ବାଘ , ଭାଗଲକଟା ଗ୍ରାମର ରମେଶ ନାଏକ, ଟାକୁଆ ଗ୍ରାମର ଶିଶିର ନାଏକ , ବାହଳସାହି ଗ୍ରାମର ପିଣ୍ଟୁ ବେହେରା, ଟାକୁଆ ଗ୍ରାମର ସଞ୍ଜୟ ନାଏକ , ବିଜୟ ନାଏକ , ଏବଂ ଅନିଲ କୁମାର ସାହୁଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରା ଯାଇଛି । ପୁଲିସ ଏ ସଂକ୍ରାନ୍ତରେ ଛେଣ୍ଡିପଦା ଥାନା କେସ ନଂ- ୩୯୩/୨୨ରେ ମାମଲା ରୁଜୁ କରିବା ସହ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି । Advertisement
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…
୭ ମୋଟରସାଇକେଲ ଚୋର ଗିରଫ – ୬ ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ହେଉଥିବା…
ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ…