ଅପରାଧ ୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର Angul OnlineAugust 18, 2022August 18, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରିଛି । ସୂଚନା ଅନୁସରେ ଗତ ବୁଧବାର ଟାକୁଆ ଗ୍ରାମରେ ଚୋରା ମୋଟରସାଇକେଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ସଦଳବଳେ ଟାକୁଆ ଏବଂ ଆଖପାଖ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୯ ଟି ଚୋରା ମୋଟରସାଇକେଲ ଜବତ କରିବା ସହ ସନ୍ତରାବନ୍ଧ ଗ୍ରାମର ଦୀପକ ସାହୁ , କୁଞ୍ଜବିହାରୀପୁର ଗ୍ରାମର ବିପିନ ବାଘ , ଭାଗଲକଟା ଗ୍ରାମର ରମେଶ ନାଏକ, ଟାକୁଆ ଗ୍ରାମର ଶିଶିର ନାଏକ , ବାହଳସାହି ଗ୍ରାମର ପିଣ୍ଟୁ ବେହେରା, ଟାକୁଆ ଗ୍ରାମର ସଞ୍ଜୟ ନାଏକ , ବିଜୟ ନାଏକ , ଏବଂ ଅନିଲ କୁମାର ସାହୁଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରା ଯାଇଛି । ପୁଲିସ ଏ ସଂକ୍ରାନ୍ତରେ ଛେଣ୍ଡିପଦା ଥାନା କେସ ନଂ- ୩୯୩/୨୨ରେ ମାମଲା ରୁଜୁ କରିବା ସହ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି । Advertisement
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…
ଟଙ୍କା ନ ଫେରାଇବାରୁ ସ୍ଵାମିକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ…
ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ଲାଞ୍ଚୁଆ ଭି ଏଲ ଡବ୍ଲୁ ଅନୁଗୁଳ – ୨୦୧୪ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଜଣେ ଅବସରପ୍ରାପ୍ତ ଭି ଏଲ ଡବ୍ଲୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବସ୍ତ୍ୟ ହେବା ପରେ ଭିଜିଲାନ୍ସ…