ମୁଖ୍ୟ ଖବର ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା ଯାଇଥିଲା । ଚଢାଉ ବେଳେ ଖାଦ୍ୟର ମାନ ଜାଞ୍ଚ କରିବା ସହ ଫୁଡ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଅନେକ ଦୋକାନରେ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ଏବଂ ବିକ୍ରି କରା ଯାଉଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଯୋଗୁଁ ବିଭାଗ ପକ୍ଷରୁ ସେଗୁଡିକୁ ଫୋପାଡି ନଷ୍ଟ କରି ଦିଆ ଯାଇଥିଲା । ଏହା ସହ ସେମାନଙ୍କୁ ଭବିଷ୍ୟତରେ ଏଭଳି ଅସ୍ଵାସ୍ଥ୍ୟକର ପରିବେଶରେ ଏବଂ ଅଖାଦ୍ୟ ବିକ୍ରି ନ କରିବାକୁ ତାଗିଦ କରା ଯାଇଛି । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରାଙ୍କ ନିର୍ଦେଶରେ ଅନୁଗୁଳ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା , ତାଳଚେର ଖାଦ୍ୟ ନିରାପତ୍ତା ଅଧିକାରୀ ସୁମିତ ସୌରଭ ପରିଡା ଓ ନୀଳାମ୍ବର ପ୍ରଧାନ ଏହି ଚଢାଉ କରିଥିଲେ । Advertisement
ଭିନ୍ନ ଭିନ୍ନ ଦୂର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲିଙ୍ଗିରାଯୋଡିର ଗୁଡିସାହିର…
ଦୂର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।…
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…