ମୁଖ୍ୟ ଖବର ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା ଯାଇଥିଲା । ଚଢାଉ ବେଳେ ଖାଦ୍ୟର ମାନ ଜାଞ୍ଚ କରିବା ସହ ଫୁଡ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଅନେକ ଦୋକାନରେ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ଏବଂ ବିକ୍ରି କରା ଯାଉଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଯୋଗୁଁ ବିଭାଗ ପକ୍ଷରୁ ସେଗୁଡିକୁ ଫୋପାଡି ନଷ୍ଟ କରି ଦିଆ ଯାଇଥିଲା । ଏହା ସହ ସେମାନଙ୍କୁ ଭବିଷ୍ୟତରେ ଏଭଳି ଅସ୍ଵାସ୍ଥ୍ୟକର ପରିବେଶରେ ଏବଂ ଅଖାଦ୍ୟ ବିକ୍ରି ନ କରିବାକୁ ତାଗିଦ କରା ଯାଇଛି । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରାଙ୍କ ନିର୍ଦେଶରେ ଅନୁଗୁଳ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା , ତାଳଚେର ଖାଦ୍ୟ ନିରାପତ୍ତା ଅଧିକାରୀ ସୁମିତ ସୌରଭ ପରିଡା ଓ ନୀଳାମ୍ବର ପ୍ରଧାନ ଏହି ଚଢାଉ କରିଥିଲେ । Advertisement
ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଗଲା ପୁଅ – ଉଦ୍ଧାର କାଲେ ଗ୍ରାମବାସୀ ତାଳଚେର – ପରିଣତ ବୟସରେ ପୁଅ ସାହା ହେବା ବଦଳରେ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲି ଯିବା ଘଟଣା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି ।…
୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନ ରେ CT & GST ପକ୍ଷରୁ ଚଢ଼ାଉ କରାଯାଉଛି…