ମୁଖ୍ୟ ଖବର ବେଆଇନ ଭାବେ ନିର୍ମାଣ ସପିଙ୍ଗ ମଲକୁ ସିଲ କଲା ପ୍ରଶାସନ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି । ସୂଚନା ଅନୁସାରେ ଶଙ୍କର ସିନେମା ରୋଡରେ ଜିଏସ ସେଣ୍ଟର ନାମରେ ସପିଙ୍ଗ ମଲ ନିର୍ମାଣ ହୋଇଥିବା ବେଳେ ଏହା ସଠିକ ନିୟମ ଅନୁସାରେ ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଥିଲା । ପ୍ରଶାସନ ପକ୍ଷରୁ ଏହାକୁ ଯେଉଁ ଉଦ୍ୟେଶରେ ଅନୁମତି ଦିଆ ଯାଇଥିଲା ତାହ ନ କରି ମଲ ନିର୍ମାଣ କରା ଯାଇଥିଲା । ଏହା ସହ ନବ ନିର୍ମାଣ କୋଠାର ଉପର ମହଲା ବିନା ଅନୁମତିରେ ମଧ୍ୟ ନିର୍ମାଣ କରା ଯାଇଥିଲା । କୋଠା ମାଲିକ ପୌରପାଳିକାକୁ ହୋଲଡିଙ୍ଗ ଟାକ୍ସ ମଧ୍ୟ ଦେଇ ନଥିବା ଜଣା ପଡିଛି । ଏହା ସହ ଏତେ ବଡ ମଲ ନିର୍ମାଣ କରା ଯାଇଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା ନଥିଲା । ଏଥିପାଇଁ କୋଠା ଏବଂ ମଲ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ ହୋଇ ଥିଲେ ମଧ୍ୟ ସେ ଧରା ଦେଇ ନଥିଲେ । ଏଥିପାଇଁ ଆଜି ଟାମଡା ଓ ପୌରପାଳିକା ପକ୍ଷରୁ ମଲରେ ଚଢାଉ କରାଯାଇ ପ୍ରଥମେ ଡାକବାଜି ଯନ୍ତ୍ର ଯୋଗେ ମଲକୁ ଖାଲି କରା ଯାଇଥିଲା । ପରେ ପୌରପାଳିକା ଏହି ମଲକୁ ସିଲ କରିଥିଲା । Advertisement
ମୋବାଇଲ ଗେମରେ ହାରି ନିଜ ତଣ୍ଟି କାଟିଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୌମ୍ୟରଞ୍ଜନ ନାୟକ ନାମକ ଜଣେ ଯୁବକ ମୋବାଇଲ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ…
ଅଂଶୁଘାତରେ ମୃତ୍ୟୁ ସନ୍ଦେହ ଅନୁଗୋଳ – ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା ,…