ଅପରାଧମୁଖ୍ୟ ଖବର ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା Angul OnlineJanuary 22, 2021January 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି ଗାନ୍ଧୀ ମାର୍ଗ , ହସପିଟାଲ ଛକ ଓ ବଜାର ଛକର ୨୫ ଟି ଦୋକାନ ଉପରେ ଏହି ଚଢାଉ କରା ଯାଇଥିବା ବେଳେ ଗୁଟଖା ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ଜୋରିମାନା କରା ଯାଇଥିଲା । ଏହି ୨୫ ଟି ଦୋକାନରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରା ଯାଇଥିଲା । ଏହି ଚଢାଉ ବେଳେ ଖାଦ୍ୟ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା , ଅନୁଗୁଳ ଥାନା ସବ-ଇନ୍ସିପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ସମେତ ୫ ଜଣିଆ ଟିମ ଏହି ଚଢାଉରେ ସାମିଲ ଥିଲେ । ଏହି ସବୁ ଦୋକାନରୁ ଜୋରିମାନା ଆଦାୟ କରିବା ସହ ଫୁଡ ଲାଇସେନ୍ସ କରିବାକୁ ତାଗିଦ କରାଯାଇଛି । Advertisement
ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ,…
କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ…
୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…