ମୁଖ୍ୟ ଖବର ଗାଡିଆରେ ପଡି ଶିଶୁ ମୃତ Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜିତେନ୍ଦ୍ର ଦେହୁରିଙ୍କ ଦୁଇ ବର୍ଷୀୟ ଶିଶୁପୁତ୍ର ପ୍ରିୟାନ୍ସୁ ଦେହୁରି ବାଡିରେ ଖେଳୁଥିଲେ । ସେତେବେଳେ ତାଙ୍କ ପରିବାର ଲୋକ ଘରେ କାମ କରୁଥିଲେ । ତେବେ କିଛି ସମୟରେ ପରିବାର ଲୋକ ଆସି ଦେଖିବା ବେଳେ ପ୍ରିୟାନ୍ସୁକୁ ପାଇ ନଥିଲେ । ଖୋଜାଖୋଜି ବେଳେ ଗାଡିଆରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଉଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ବିଷ ପିଇଲେ ପ୍ରେମିଯୁଗଳ ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…
ଜଳିଗଲା ଲୁଗା ଶୋ ରୁମ – ନଥିଲା ଫାୟାର ସେଫ୍ଟି ଅନୁମତି ଅନୁଗୋଳ – ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା…