ମୁଖ୍ୟ ଖବର ଗାଡିଆରେ ପଡି ଶିଶୁ ମୃତ Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜିତେନ୍ଦ୍ର ଦେହୁରିଙ୍କ ଦୁଇ ବର୍ଷୀୟ ଶିଶୁପୁତ୍ର ପ୍ରିୟାନ୍ସୁ ଦେହୁରି ବାଡିରେ ଖେଳୁଥିଲେ । ସେତେବେଳେ ତାଙ୍କ ପରିବାର ଲୋକ ଘରେ କାମ କରୁଥିଲେ । ତେବେ କିଛି ସମୟରେ ପରିବାର ଲୋକ ଆସି ଦେଖିବା ବେଳେ ପ୍ରିୟାନ୍ସୁକୁ ପାଇ ନଥିଲେ । ଖୋଜାଖୋଜି ବେଳେ ଗାଡିଆରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଉଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ହାତୀ ଆକ୍ରମଣରେ ଦୁଇ ମୃତ – ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ବନ୍ତଳା ବନାଞ୍ଚଳ ତଲଗଡ଼ ଗାଁରେ ହାତି ଆକ୍ରମଣ କରିବା ଫଳରେ…
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…