ସମସ୍ୟା ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି Angul OnlineAugust 24, 2022August 24, 2022 ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସୁଧୀର ନାଏକଙ୍କୁ କିଛି ଲୋକ ମିଶି ମାରି ଦେଇଥିଲେ । ବର୍ଷେ ତଳୁ କୁରୁଡ଼ୋଲ ପଞ୍ଚାୟତର ମାଟି ଗାଡ଼ିଆ ସାହି ପଶ୍ଚିମ ପାଖରେ ବୋହି ଯାଇଥିବା ନାଳ ପାଖରେ ଥିବା ଜଙ୍ଗଲର ଏକ ଜାମୁ ଗଛରେ ନିଖୋଜ ଥିବା ସୁଧୀରଙ୍କ କଙ୍କାଳ ଉଧାର ହୋଇଥିଲା । ତାଙ୍କୁ ମାରି ଗଛରେ କେହି ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ଝରଣା । ଏଣୁ ଘଟଣାର ସଠିକ ତଦନ୍ତ କରି ଦୋଷୀ ମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ନାଲକୋ ଥାନା ଏ ଦିଗରେ ସଠିକ ତଦନ୍ତ କରୁ ନଥିବା ଝରଣା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । Advertisement
ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ…
୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି…
ମରଣଯନ୍ତା ଏନ୍ଏଚ୍-୫୫ ଅନୁଗୁଳ – ମୃତ୍ୟୁର ଯନ୍ତା ୫୫ ନମ୍ବର ଜାତୀୟ ରାଜପଥ । ଓଡ଼ିଶାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳକୁ ଯୋଡ଼ୁଥିବା ଏହି ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାବାସୀଙ୍କ ଦୁଃଖର…