ସମସ୍ୟା ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି Angul OnlineAugust 24, 2022August 24, 2022 ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସୁଧୀର ନାଏକଙ୍କୁ କିଛି ଲୋକ ମିଶି ମାରି ଦେଇଥିଲେ । ବର୍ଷେ ତଳୁ କୁରୁଡ଼ୋଲ ପଞ୍ଚାୟତର ମାଟି ଗାଡ଼ିଆ ସାହି ପଶ୍ଚିମ ପାଖରେ ବୋହି ଯାଇଥିବା ନାଳ ପାଖରେ ଥିବା ଜଙ୍ଗଲର ଏକ ଜାମୁ ଗଛରେ ନିଖୋଜ ଥିବା ସୁଧୀରଙ୍କ କଙ୍କାଳ ଉଧାର ହୋଇଥିଲା । ତାଙ୍କୁ ମାରି ଗଛରେ କେହି ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ଝରଣା । ଏଣୁ ଘଟଣାର ସଠିକ ତଦନ୍ତ କରି ଦୋଷୀ ମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ନାଲକୋ ଥାନା ଏ ଦିଗରେ ସଠିକ ତଦନ୍ତ କରୁ ନଥିବା ଝରଣା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । Advertisement
ବନ ବିଭାଗର ଘଡିଆଳ ଶାବକ ଚିନ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡର ଅକାତ କାତ ପାଣିରେ ହଜି ଯାଇଛନ୍ତି ନବଜାତକ ଘଡ଼ିଆଳ ଶାବକ । ବନ ବିଭାଗ ପକ୍ଷରୁ ବହୁ…
ମରଣଯନ୍ତା ଏନ୍ଏଚ୍-୫୫ ଅନୁଗୁଳ – ମୃତ୍ୟୁର ଯନ୍ତା ୫୫ ନମ୍ବର ଜାତୀୟ ରାଜପଥ । ଓଡ଼ିଶାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳକୁ ଯୋଡ଼ୁଥିବା ଏହି ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାବାସୀଙ୍କ ଦୁଃଖର…
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…