ବାଣିଜ୍ୟ ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ Angul OnlineAugust 27, 2022August 27, 2022 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଅନୁଗୁଳ ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ ହୋଇଛି । ହୋଣ୍ଡା କମ୍ପାନୀ ( ଜୋନାଲ ମ୍ୟାନେଜର ସେଲ୍) ରାଜେଶ ଚୌଧୁରୀ , ଏରିଆ ଇନଚାର୍ଜ ସେଲ୍ ଅମିତ କୁମାର ମହାପାତ୍ର ଏବଂ ଅଭିଷେକ ଉପାଧାୟଙ୍କ କରକମଳରେ ଏହି ବଜାର ପ୍ରବେଶ ହୋଇଥିଲା । ହୋଣ୍ଡା ଆକ୍ଟିଭା ପ୍ରିମିୟମ ଏକ ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାନର ମାଇଲେଜ ଦେଇଥାଏ । ଏହି ଗାଡି ୩ଟି ରଙ୍ଗରେ ଉପଲବ୍ଧ ଅଛି । ଏହି ଗାଡ଼ି ଗୋଲଡେନ ଫିନିସ ଷ୍ଟିଲ ଋଂ ସହିତ ବ୍ଲାକ କୋଟେଡ ଫ୍ରଣ୍ଟ ସସପେନସନ ଆଦି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୁର ରହିଛି । ଏହାର ଏକ୍ସ ସୋ ରୁମ ମୂଲ୍ୟ ୭୮ ହଜାର ୫୨୩ ଟଙ୍କାରୁ ଆରମ୍ଭ ହେଉଛି । ପୁରୁଣା ଗାଡିକୁ ଏକ୍ସଚେଞ୍ଜ ଏବଂ ନୂଆ ଗାଡି କିଣିବାକୁ ଫାଇନାନ୍ସ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ ବୋଲି ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି । ଏହି ବଜାର ପ୍ରବେଶ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଓ ଅତିଥିଙ୍କୁ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । Advertisement
ସାଇନ ୧୦୦ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ ୧୦୦ (Shine 100) ର ଗ୍ରାହକ ସମାବେଶ ହୋଇଯାଇଛି…
ପବିତ୍ର ଦଶହରାରେ ଲକ୍ଷ୍ମୀ ହୋଣ୍ଡା ତରଫରୁ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟରର ଅଧିକୃୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ପବିତ୍ର ଦଶହରା ଉପଲକ୍ଷେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଗ୍ରାହକ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର…