ଅପରାଧ କାରରୁ ଗଞ୍ଜେଇ ଜବତ – ୩ ଗିରଫ Angul OnlineAugust 29, 2022August 29, 2022 ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା ଥାନା ପୁଲିସ । ଜବତ କାରରୁ ୮୭ କେଜି ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛେଣ୍ଡିପଦା ପୁଲିସ ଛେଣ୍ଡିପଦା ଫରେଷ୍ଟ ଅଫିସ ନିକଟରେ ଛକି ରହିଥିଲା । ସନ୍ଦେହରେ ଏକ ଅଲ୍ଟୋ କାରକୁ ଅଟକାଇ ଜାଞ୍ଚ ସେଥିରେ ୮୪ ଟି ପ୍ୟାକେଟରେ ଗଞ୍ଜେଇ ଥିବା ଦେଖା ଯାଇଥିଲା । ଓଜନ ବେଳେ ସମୁଦାୟ ୮୭ କେଜି ଗଞ୍ଜେଇ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା ବୋଲି ଜଣା ପଡିଛି । Advertisement
ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ ) ଅନୁଗୋଳ – ରାଜପଥରେ ଯାଉଥିବା ଟ୍ରକକୁ ଅଟକାଉଥିଲା । ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଲୁଟୁଥିଲା । ଖବର ପାଇ ମାଡି ବସିଲା ପୁଲିସ…
ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ…
ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗିରିଧିବାସିଆ…