ଅପରାଧ କାରରୁ ଗଞ୍ଜେଇ ଜବତ – ୩ ଗିରଫ Angul OnlineAugust 29, 2022August 29, 2022 ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା ଥାନା ପୁଲିସ । ଜବତ କାରରୁ ୮୭ କେଜି ଜବତ କରିବା ସହ ଚୋରା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛେଣ୍ଡିପଦା ପୁଲିସ ଛେଣ୍ଡିପଦା ଫରେଷ୍ଟ ଅଫିସ ନିକଟରେ ଛକି ରହିଥିଲା । ସନ୍ଦେହରେ ଏକ ଅଲ୍ଟୋ କାରକୁ ଅଟକାଇ ଜାଞ୍ଚ ସେଥିରେ ୮୪ ଟି ପ୍ୟାକେଟରେ ଗଞ୍ଜେଇ ଥିବା ଦେଖା ଯାଇଥିଲା । ଓଜନ ବେଳେ ସମୁଦାୟ ୮୭ କେଜି ଗଞ୍ଜେଇ ଥିବା ଜଣା ପଡିଛି । ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା ବୋଲି ଜଣା ପଡିଛି । Advertisement
ଗୁଳି ମାଡ କରି ଲୁଟ କରୁଥିବା ଡକାୟତ ଗ୍ୟାଙ୍ଗ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ବଡ଼କେରା ପେଟ୍ରୋଲ ପମ୍ପ ନିକଟରେ ଆଇ.ଟି.ସି କମ୍ପାନୀର ଜଣେ ଡିଲରଙ୍କୁ ଗୁଳିମାଡ କରି ଟଙ୍କା ଲୁଟ ଉଦ୍ୟମ…
ପରିତ୍ୟକ୍ତ କୂଅରୁ ନବଜାତକର ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପୁରୁଣାପାଣି ଗାଁର ଏକ ପରିତିକ୍ତ କୂଅରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରା ଯାଇଛି । ସ୍କୁଲ…
୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ।…