ମୁଖ୍ୟ ଖବର ଆଉ ଏକ ବେନିୟମ ମଲକୁ ସିଲ୍ କଲା ପୌରପାଳିକା Angul OnlineAugust 29, 2022August 29, 2022 ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗରେ ଥିବା ମହୋତ୍ସବ ସପିଙ୍ଗ ମଲକୁ ଆଜି ପ୍ରଶାସନ ସିଲ କରିଛି । ସିଲ୍ ହୋଇଥିବା ଏହି ମଲଟି ଅନୁଗୁଳ ତାଳଚେର ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ନିକଟରୁ ଗୋଟିଏ ମହଲାର ଅନୁମତି ଅଣାଯାଇଥିବା ବେଳେ ବେଆଇନ ଭାବେ ୩ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଇଥିଲା । ଏଥିସହ ଟ୍ରେଡ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି । ତେବେ ଏନେଇ ମଲ ମାଲିକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଖାତିର କରିନଥିଲେ । ଫଳରେ ଅନୁଗୁଳ ପୌରପାଳିକା ଓ ତାମଡା ପକ୍ଷରୁ ସନ୍ଧ୍ୟାରେ ମଲରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ବାହାର କରିଥିଲେ । ଏହାପରେ ମଲକୁ ସିଲ୍ କରାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି । Advertisement
ଦାବି ମାନିଲା ପ୍ରଶାସନ – ହଟିଲା ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳରୁ ଛେଣ୍ଡିପଦା ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥର ଜରାସିଂହା ଗ୍ରାମ ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି ।…
ଗୁଳି ମାଡରେ ଭାଇ-ଭଉଣୀ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭାଇ ଭଉଣୀ ଦେହରେ ଗୁଳି ବାଜି ଗୁରୁତର ହୋଇଛନ୍ତି…
ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା…