ସମସ୍ୟା ସାତ ମାସ ହେଲା ଦରମା ପାଇନାହାନ୍ତି ଆଶାକର୍ମୀ, ଜିଲ୍ଲାପାଳଙ୍କ ନିକଟରେ କଲେ ଅଭିଯୋଗ Angul OnlineAugust 30, 2022August 30, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ସେକ୍ଟରର ସମସ୍ତ ଆଶା କର୍ମୀ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଶା କର୍ମୀଙ୍କ ଅଭିଯୋଗ ହେଲା ଯେ ଦୀର୍ଘ ସାତ ମାସ ହେଲା ସେମାନେ ଦରମା ପାଇଁ ନାହାଁନ୍ତି । ଯାହା ଫଳରେ ସେମାନଙ୍କୁ ଚଳିବା ପାଇଁ ବହୁ ଅସୁବିଧାର ସମୂଖୀନ ହେବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ପ୍ରଥମେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଓ ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଯଦି ଯଥା ଶୀଘ୍ର ସେମାନଙ୍କୁ ତାଙ୍କ ପ୍ରାପ୍ୟ ନ ମିଳିବ ତା ହେଲେ ରାଜରାସ୍ତାକୁ ଉଲ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି । Advertisement
ଅନୁଗୁଳରେ ଚାଲିବ ଅଟୋ-ଆମ୍ବୁଲାନ୍ସ – କରୋନା ଆକ୍ରାନ୍ତଙ୍କୁ ମେଡିକାଲ ନେବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ସହର ଅପେକ୍ଷା ଗାଁ ମାନଙ୍କରେ କରୋନା ଆକ୍ରାନ୍ତ ସଂଖ୍ୟା ଅଧିକ ବାଢୁଛି । ସେହି ଗାଁ ଆକ୍ରାନ୍ତ ମାନଙ୍କୁ ଡାକ୍ତରଖାନା…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…
ମାଟି କାମୁଡ଼ିଛି କ୍ରୀଡ଼ା ଓ କ୍ରୀଡ଼ାବିତ୍ – ଷ୍ଟାଡ଼ିୟମ୍ ଜରାଜୀର୍ଣ୍ଣ ଅବସ୍ଥା, କାହାକୁ ଦିଶୁନି ଅନୁଗୁଳ – ନାଁ’କୁ ମାତ୍ର ଷ୍ଟାଡିୟମ୍ । ଏଠାରେ ଖେଳ କମ୍, ରାଜନୀତି ଅଧିକ । କ୍ରୀଡ଼ା ଆୟୋଜନର ନାଁ’ ଗନ୍ଧ ନାହିଁ । ଅଥଚ ଅନ୍ୟାନ୍ୟ…