ମୁଖ୍ୟ ଖବର ଠକେଇ ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ଅସ୍ଥାୟୀ କର୍ମଚାରୀ ଗିରଫ Angul OnlineSeptember 2, 2022September 2, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଜମି ପଟା ଫାଡକୁ ନେଇ ପୁଣି ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ତହସିଲ କାର୍ଯ୍ୟାଳୟର ଜଣେ ଅସ୍ଥାୟୀ କର୍ମଚାରୀ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ପୁଲିସ ସୂଚନା ଅନୁସାରେ ବାହାଳସାହି ଗ୍ରାମର ନରୋତ୍ତମ ଭୁତିଆ ଜମି ପଟା ଫାଡ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଗତ ମେ ମାସରେ ଆବେଦନ କରିଥିଲେ । ତେବେ ଆବେଦନର ୨ ମାସ ବିତିଯାଇଥିଲେ କୈାଣସି କାର୍ଯ୍ୟ ନ ହେବାରୁ ଛେଣ୍ଡିପଦାର ବିଦ୍ୟାଧର ସେନାପତି ତାଙ୍କର ପଟା ଫାଡ କାର୍ଯ୍ୟ କରିଦେବେ ବୋଲି କହିଥିଲେ ।ଆଉ ଏହି ବାବଦକୁ ୩୦ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କ କହିବା ଅନୁଯାୟୀ ନରୋତ୍ତମ ଭୁତିଆଙ୍କ ପରିବାର ଲୋକ ମାନେ ୨୫ହଜାର ଟଙ୍କା ଦେଇଥିଲେ । କିନ୍ତୁ ୨ମାସ ବିତିଯାଇଥିଲେ ମଧ୍ୟ ପଟା ଫାଡ ନହେବାରୁ ପୁଣିଥରେ ବିଦ୍ୟାଧରଙ୍କୁ ଯୋଗାଯୋଗ କରିଥିଲେ । ବକେୟା ୫ ହଜାର ନଦେଲେ ତୁମ କାମ ହେବ ନାହିଁ କହିବା ସହିତ ନରୋତମ ତହସିଲ କାର୍ଯ୍ୟାଳୟରେ ପଟା ଫାଡ ପାଇଁ ଦେଇଥିବା କାଗଜ ପତ୍ରକୁ ଫେରାଇ ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ ନରୋତମଙ୍କ ପରିବାର ଲୋକମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ନରୋତମ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି । ଅଭିଯୋଗକୁ ଭିତିକରି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ଥାନା କେସ ନଂ-୪୨୧/୨୨ରେ ଦଫା ୪୧୯,୪୨୦,୩୮୪,୫୦୬,୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରିବା ସହିତ ବିଦ୍ୟାଧର ସେନାପତି ଜମି ପଟାଫାଡ ପାଇଁ ନରୋତମକୁ ଫେରାଇଥିବା କାଗଜପତ୍ରକୁ ଜବତ କରିବା ସହିତ ବିଦ୍ୟାଧର ସେନାପତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । Advertisement
ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି…
ଲକ୍ଷାଧିକ ଟଙ୍କା ହଡପ କରି ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର ଅନୁଗୁଳ – ନିଜ ନାମରେ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ । ଗିରଫ ମ୍ୟାନେଜର ନବ କିଶୋର ଧାରୁଆଙ୍କୁ…
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା – କୋକୁନ ଅପରେସନ କରି ଅଭିଯୁକ୍ତକୁ ଧରିଲା ପୁଲିସ ତାଳଚେର – ବହୁ ଚର୍ଚ୍ଚିତ ତାଳଚେର ଷ୍ଟେସନ ଯିବା ରାସ୍ତାରେ ଯୁବତୀକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରିବା ଘଟଣାର ଅଭିଯୁକ୍ତ ବିଶୁ ଗୋଛୟତକୁ ଗିରଫ…