ଅପରାଧ ଲିଙ୍ଗରାଜ କୋଇଲା ଖଣିରେ ଓଆଇଏସଏଫ ର ଚଢ଼ାଉ Angul OnlineSeptember 9, 2022September 9, 2022 ତାଳଚେର – ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କୋଇଲାଖଣି ସୁରକ୍ଷା ଦାଇତ୍ୱ ରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରା ଯାଇଥିଲା । ଖଣିର ଲୋକାଲ ସେଲ plot ରୁ ଚୋରାରେ କୋଇଲା ଲୋଡିଙ୍ଗ କରୁଥିବା ସମୟରେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ କରିଛି । ରାତି ପ୍ରାୟ ଗୋଟାଏ ବେଳେ କୋଇଲା ଚୋରି କରୁଥିବା ଅବସ୍ଥାରେ OISF ଟିମ ଏହି ଗାଡି ସବୁ ଜବତ କରିଥିବା ବେଳେ ଗାଡି ଗୁଡିକର ଚାଳକ ସମେତ ଚୋର ଚମ୍ପଟ ମାରିଥିଲେ । ତେବେ କଡା ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି plot ଭିତରକୁ ଗଲା ତାହା ସନ୍ଦେହ ସୃଷ୍ଟି କରିଛି । ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଁଚି ଛାନ ଭିନ ଆରମ୍ଭ କରିଛି । Advertisement
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଗିରଫ ହେଲା ପିଶାଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ…
ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ବାୟାଣୀ ପିଠ ନିକଟସ୍ଥ ଫାକ୍ସନ ଠାରେ କେଟିଏମ ମୋଟରସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଜଣେ ଫାଇନାନ୍ସ କର୍ମଚାରୀଙ୍କ…
୩୯ ଗ୍ରାମ ବ୍ରାଉନସୁଗାର ଜବତ , ୯ ଜଣ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ୬ ବ୍ରାଉନ ସୁଗାର ବେପାରୀ । ୩ ଜଣ ଯୁବକଙ୍କ ସହ ତିନି ଜଣ ମହିଳାଙ୍କୁ କାବୁ…