ଅପରାଧ ଲିଙ୍ଗରାଜ କୋଇଲା ଖଣିରେ ଓଆଇଏସଏଫ ର ଚଢ଼ାଉ Angul OnlineSeptember 9, 2022September 9, 2022 ତାଳଚେର – ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କୋଇଲାଖଣି ସୁରକ୍ଷା ଦାଇତ୍ୱ ରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରା ଯାଇଥିଲା । ଖଣିର ଲୋକାଲ ସେଲ plot ରୁ ଚୋରାରେ କୋଇଲା ଲୋଡିଙ୍ଗ କରୁଥିବା ସମୟରେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ କରିଛି । ରାତି ପ୍ରାୟ ଗୋଟାଏ ବେଳେ କୋଇଲା ଚୋରି କରୁଥିବା ଅବସ୍ଥାରେ OISF ଟିମ ଏହି ଗାଡି ସବୁ ଜବତ କରିଥିବା ବେଳେ ଗାଡି ଗୁଡିକର ଚାଳକ ସମେତ ଚୋର ଚମ୍ପଟ ମାରିଥିଲେ । ତେବେ କଡା ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି plot ଭିତରକୁ ଗଲା ତାହା ସନ୍ଦେହ ସୃଷ୍ଟି କରିଛି । ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଁଚି ଛାନ ଭିନ ଆରମ୍ଭ କରିଛି । Advertisement
ସ୍ତ୍ରୀର ଦ୍ଵିତୀୟ ସ୍ୱାମୀକୁ ଗଳା କାଟି ହତ୍ୟା କଲା ପ୍ରଥମ ସ୍ୱାମୀ – କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…
ଲାଞ୍ଚ ନେବା ବେଳେ ଧରା ପଡିଲେ ସବ-ଇନିସପେକ୍ଟର ଅନୁଗୁଳ – ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ ଇନିସପେକ୍ଟର ପ୍ରମୋଦ ନାୟକ । ସୂଚନା ଅନୁସାରେ ବନ୍ତଳା ଥାନାରେ କାର୍ଯ୍ୟରତ…