ମୁଖ୍ୟ ଖବର କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ Angul OnlineSeptember 15, 2022September 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ବଡ଼ଖଳି ଗ୍ରାମର ସୁମନ୍ତ କୁମାର ବିଶୋଇ ବୋଲି ଜଣା ପଡ଼ିଛି । ଶ୍ରୀ ବିଶୋଇ ଆଜି ସକାଳେ ସାଇକେଲ ଯୋଗେ ଅନୁଗୁଳ କୌଣସି କାମରେ ଆସିଥିଲେ । ସେଠାରୁ କାମ ସାରି ବନ୍ଦା ଛକ ନିକଟ ଦେଇ ଘରକୁ ଯିବା ସମୟରେ ପଛପଟୁ ଏକ କଣ୍ଟେନର ଟ୍ରକ୍ ଚକା ତଳେ ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରୁ କଣ୍ଟେନର ଓ ଡ୍ରାଇଭର କୁ ବଅଁରପାଳ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । Advertisement
ନକଲି ମୃଦୁ ପାନୀୟ (ଲିଚି) କାରଖାନା ସିଲ କଲା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ନକଲି ମୃଦୁ ପାନୀୟ କାରଖାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚଢ଼ାଉ…
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ଅସହାୟ ବୃଦ୍ଧାଙ୍କୁ ମିଳିଲାନି ଚାରି କାନ୍ଧ – ଟ୍ରଲିରେ ବୋହି ସତ୍କାର କଲେ ସରପଞ୍ଚ ପାଲଲହଡା- ହଜିଗଲା ମାନବିକତା, ମିଳିଲାନି ଚାରି କାନ୍ଧ I ବାଧ୍ଯ ହୋଇ ସରପଞ୍ଚ ଟ୍ରଲିରେ ବୋହି ନେଇ ଅସହାୟ ବୃଦ୍ଧାଙ୍କ ଶବକୁ ସତ୍କାର କରିଥିଲେ I ଏମିତି…