ମୁଖ୍ୟ ଖବର କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ Angul OnlineSeptember 15, 2022September 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ବଡ଼ଖଳି ଗ୍ରାମର ସୁମନ୍ତ କୁମାର ବିଶୋଇ ବୋଲି ଜଣା ପଡ଼ିଛି । ଶ୍ରୀ ବିଶୋଇ ଆଜି ସକାଳେ ସାଇକେଲ ଯୋଗେ ଅନୁଗୁଳ କୌଣସି କାମରେ ଆସିଥିଲେ । ସେଠାରୁ କାମ ସାରି ବନ୍ଦା ଛକ ନିକଟ ଦେଇ ଘରକୁ ଯିବା ସମୟରେ ପଛପଟୁ ଏକ କଣ୍ଟେନର ଟ୍ରକ୍ ଚକା ତଳେ ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରୁ କଣ୍ଟେନର ଓ ଡ୍ରାଇଭର କୁ ବଅଁରପାଳ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । Advertisement
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ଆକ୍ସନ ମୁଡରେ ପ୍ରଶାସନ – ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନରୁ ଜୋରିମାନା ଆଦାୟ ଅନୁଗୁଳ – ଆକ୍ସନ ମୁଡରେ ଅନୁଗୁଳ ଉପଖଣ୍ଡ ଜିଲ୍ଲା ପ୍ରଶାସନ । ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଗଠନ ହୋଇଥିବା ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ଲଗାତାର…
ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କଲେ କୋର୍ଟ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ସରପଞ୍ଚ ହୃଷିକେଶ ସାମଲଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ନୂତନ ସରପଞ୍ଚ ଭାବେ ,…