ସ୍ୱାସ୍ଥ୍ୟ ୧୦ ଦିନ ଧରି ହେବ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର Angul OnlineSeptember 16, 2022September 16, 2022 ଅନୁଗୁଳ – ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ , ଅନଗୁଳ ଶାଖା ଓ ଜୟପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ ଲିମିଟେଡ଼ , ରାଉରକେଲା ମିଳିତ ଭାବରେ ସହଯୋଗୀ ସଂସ୍ଥା ପୌରପାଳିକା ଅନୁଗୁଳ ଓ ଓଡିଶା ମୋ ପରିବାର , ଅନଗୁଳ ଶାଖାଙ୍କ ସହଯୋଗ ରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଓ ଚଷମା ବିତରଣ ଶିବିର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଯାଉଛି । ଆସନ୍ତା ତା୨୦ / ୦୯ / ୨୨ ରିଖ ଠାରୁ ତା ୨୯ / ୦୯ / ୨୨ ପର୍ଯ୍ୟନ୍ତ ଏହି ଶିବିର ଆୟୋଜନ କରାଯିବ । ଏଥିରେ ଆବଶ୍ୟକ ପଡୁଥିବା ଚକ୍ଷୁ ରୋଗୀଙ୍କର ମୋତିଆବିନ୍ଦ ଅସ୍ତ୍ରୋପଚାରର ସୁବିଧା କରାଯିବ । ୨୦ ଓ ୨୧ ଓ ୨୨ ତାରିଖ ସହରର ମଦନମୋହନପଡାସ୍ଥିତ ଟାଉନ ହଲ , ୨୩ ତାରିଖ କରତପଟା , ୨୪ ତାରିଖ ଜଗନ୍ନାଥପୁର ୨୫ ତାରିଖ ପଞ୍ଚ ମହଲାସ୍ଥିତ ଗୋଶାଲା , ୨୬ ତାରିଖ ବାଗେଡିଆ ,୨୭ ତାରିଖ ଛେଣ୍ଡିପଦା ଓ ୨୮ ତାରିଖ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ଠାରେ ଏହି ଶିବିର ଆୟୋଜନ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ପକ୍ଷରୁ କୁହା ଯାଇଛି । ଚଳିତ ବର୍ଷ ଏହି ଶିବିରରେ ୫ ହଜାର ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଗୋପାଳ ପ୍ରସାଦ ଅଗ୍ରୱାଲ , ଅଧ୍ୟକ୍ଷ ରମେଶ ସାହ , ସଚିବ ରୋହିତ ଲିହାଲ , ଜିତେନ୍ଦ୍ର ଗୁପ୍ତା , ପୁରୁଷୋତ୍ତମ ଅଗ୍ରୱାଲ , ରଞ୍ଜିତ ମାଣ୍ଡୋଠିଆ ଓ ନିର୍ମଳ ଅଗ୍ରୱାଲ ଉପସ୍ଥିତ ଥିଲେ । Advertisement
ସହରରେ ଖୋଲିଲା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଅନୁଗୁଳ – ଅନୁଗୁଳ ସହରସ୍ଥିତ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଆଜି ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା…
ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟିତ ଅନୁଗୁଳ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି।…
ହେଲଥ୍ ପ୍ରିମିୟର୍ ଲିଗ୍ ୨୦୨୫ – ଖମାର CHC ବିଜୟୀ ଅନୁଗୁଳ – ଅନୁଗୁଳ କଦମ୍ ପଡିଆ ଠାରେ ସପ୍ତମ ତମ ଅନୁଗୁଳ ହେଲଥ୍ ପ୍ରିମିୟର୍ ଲିଗ୍ (AHPL – 7)୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ସୂଚନା…