ଅପରାଧ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ Angul OnlineSeptember 16, 2022September 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ , କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଥିବା ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା । ପଚରାଉଚରା ବେଳେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା କଥା ମାନି ଯାଇଥିବା ପୁଲିସ କହିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କରଡ଼ାଗାଡ଼ିଆ ଗ୍ରାମର ନୀଳକଣ୍ଠ ଗୋଚ୍ଛାୟତ , ପୁରୁଣାଗଡ଼ ଗ୍ରାମର ମିଲନ ନାଏକ , କୁମଣ୍ଡ ଗ୍ରାମର ତ୍ରିଲୋଚନ ନାଏକ ,କୁଇଓ ଗ୍ରାମର ଆଶିଷ ଗଡ଼ନାୟକଙ୍କ ସମେତ ଜଣେ ନାବାଳକ ଥିବା ଜଣା ପଡ଼ିଛି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଦୁଇଟି ଚୋରା ମୋବାଇଲ ଫୋନ, ଦୁଇଟି ନମ୍ବର ବିହିନ ମଟର ସାଇକେଲ ଜବତ କରାଯାଇଛି। Advertisement
ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ…
ମହିଳାଙ୍କୁ ଠକି ଜଣେ ଗିରଫ ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଗୋ ହତ୍ୟା ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ…