ଅପରାଧ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ Angul OnlineSeptember 16, 2022September 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ , କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଥିବା ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା । ପଚରାଉଚରା ବେଳେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା କଥା ମାନି ଯାଇଥିବା ପୁଲିସ କହିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କରଡ଼ାଗାଡ଼ିଆ ଗ୍ରାମର ନୀଳକଣ୍ଠ ଗୋଚ୍ଛାୟତ , ପୁରୁଣାଗଡ଼ ଗ୍ରାମର ମିଲନ ନାଏକ , କୁମଣ୍ଡ ଗ୍ରାମର ତ୍ରିଲୋଚନ ନାଏକ ,କୁଇଓ ଗ୍ରାମର ଆଶିଷ ଗଡ଼ନାୟକଙ୍କ ସମେତ ଜଣେ ନାବାଳକ ଥିବା ଜଣା ପଡ଼ିଛି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଦୁଇଟି ଚୋରା ମୋବାଇଲ ଫୋନ, ଦୁଇଟି ନମ୍ବର ବିହିନ ମଟର ସାଇକେଲ ଜବତ କରାଯାଇଛି। Advertisement
ମାରଣାସ୍ତ୍ର ଓ ଟଙ୍କା ସହ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଦ୍ୱାରା ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଏକ…
ଦୁଇ ହାତୀଦାନ୍ତ ଚୋରା ବେପାରୀ ଗିରଫ – ଜବତ ହେଲା ହାତୀ ଦାନ୍ତ ଅନୁଗୁଳ – ଅବୈଧ ବନ୍ୟଜୀବ ବ୍ୟବସାୟ ବିରୋଧରେ ଓଡ଼ିଶା ପୁଲିସର ସ୍ପେସିଆଲ ଟାସ୍କ ଫୋର୍ସ (STF) ଏକ ସଫଳତା ହାସଲ କରିଛି । ଶୁକ୍ରବାର ଅନୁଗୁଳ ଜିଲ୍ଲାରେ…
ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫…