ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର Angul OnlineSeptember 18, 2022September 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଲଙ୍ଗ ଗାଁରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ୫୫ ବର୍ଷୀୟ ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ୫୨ ବର୍ଷୀୟ ଦେବରାଜ ଦେହୁରୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପ୍ରଭାକର ଏବଂ ଦେବରାଜ ଉଭୟ ଗୋରୁ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଗାଁ ମୁଣ୍ଡ ଯାଏଁ ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ଅବସ୍ଥାରେ ପଡି ଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏବେ ମଧ୍ୟ ଦେବରାଜଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣା ପଡିଛି । Advertisement
ବସ ଧକ୍କାରେ ଜଣେ ମୃତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଆଜି(ମଙ୍ଗଳବାର) ଏକ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ବିଶ୍ଵାସ ଜିତୁଛି କୋଭିଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ରୁମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ସୁରୁଖୁରୁରେ ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଅନୁଗୁଳ…