ଅପରାଧ ଗଞ୍ଜେଇ ସହ ଦୁଇ ଗିରଫ Angul OnlineSeptember 21, 2022September 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଏକ ପିକଅପ ଭ୍ୟାନ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ କିଶୋରନଗର ତୁରୁଡ଼ା ଗାଁର ରାକେଶ ବେହେରା ଓ ଅକ୍ଷୟ କୁମାର ବେହେରା ନାମକ ଦୁଇ ଜଣ ବ୍ୟକ୍ତି ବେପାର ଉଦ୍ୟେଶରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ । ଗିରଫ ରାକେଶ ଓ ଅକ୍ଷୟଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା…
ନିଖୋଜ ଯୁବକଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା ପୋଖରୀରୁ ଉଦ୍ଧାର ଅନୁଗୁଳ – ଢେଙ୍କାନାଳ ପଥର ଖଣି ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ହିନ୍ଦୋଳ ଅଗ୍ନିଶମ ବାହିନୀ ଓ ଅନୁଗୁଳ ପୁଲିସ । ମୃତ…
ଡକାୟତି ଯୋଜନା କରୁଥିବା ବେଳେ ୪ ଡକାୟତ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଚଢାଉ କରି ୪ ଡକାୟତଙ୍କୁ ଗିରଫ…