ଅପରାଧ ଗଞ୍ଜେଇ ସହ ଦୁଇ ଗିରଫ Angul OnlineSeptember 21, 2022September 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଏକ ପିକଅପ ଭ୍ୟାନ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ କିଶୋରନଗର ତୁରୁଡ଼ା ଗାଁର ରାକେଶ ବେହେରା ଓ ଅକ୍ଷୟ କୁମାର ବେହେରା ନାମକ ଦୁଇ ଜଣ ବ୍ୟକ୍ତି ବେପାର ଉଦ୍ୟେଶରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ । ଗିରଫ ରାକେଶ ଓ ଅକ୍ଷୟଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
କ୍ଷୀରୋଦକୁ ଏନକାଉଣ୍ଟର କଲା ପୁଲିସ – କଣ କଣ କ୍ରାଇମ କରିଥିଲା କ୍ଷୀରୋଦ ପଢନ୍ତୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧ ଓ ଅପରାଧୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ଦିନ ଦିନ ଚୋରି ,…
ଭୋଗ ଦୋକାନରୁ ମଦ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି ।…
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…