ଆଞ୍ଚଳିକବାଣିଜ୍ୟମୁଖ୍ୟ ଖବର ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା Angul OnlineJanuary 24, 2021January 24, 2021 ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଅବରୋଧ ଡାକରା ଦିଆଯାଇଛି । ତାଳଚେରସ୍ଥିତ TTPS , NTPC କୁ କାର୍ଯ୍ୟକାରୀ ରାଖୀ ଏକକାଳୀନ ନୂତନ ପ୍ଳାଣ୍ଟ ନିର୍ମାଣ , ନବଗଠିତ ମେଡିକାଲ କଲେଜ ( ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ) କୁ ତୁରନ୍ତ ଖୋଲିବା ସହ ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମ ଲେଖିବା , ତାଳଚେର ରେଳ ଷ୍ଟେସନ ଠାରୁ ଅନୁଗୁଳ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ପ୍ରତ୍ୟବର୍ତ୍ତୀ ଉପମାର୍ଗ ରେଳପଥକୁ ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା , କଣିହାଁ ବ୍ଲକ ଓ ପାଲଲହଡା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ରେଳଯାତ୍ରାର ସୁଯୋଗ ଦେବାପାଇଁ ତାଳଚେର-ପୁରୀ ପାସେଞ୍ଜର ଟ୍ରେନକୁ NTPC ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ଓ ଧୁଳିଧୂଆଁ ପ୍ରଦୂଷଣ କମାଇବା ସହ ଆଞ୍ଚଳିକ ବେକାରି ଦୂରୀକରଣ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସମସ୍ତ କୋଇଲା ପରିବହନ ରେଳଡବା ଗୁଡିକୁ ପାଲ ଘୋଡାଇବା ଦାବି କରି ଏହି ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ଅନିର୍ଦିଷ୍ଟ କାଳ ପାଇଁ ଡାକରା ଦିଆ ଯାଇଥିବା ଏହି ଅବରୋଧ ବେଳେ ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ କରାଯିବ ବୋଲି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି । Advertisement
ମିଛ ଅଭିଯୋଗ କରି ଅନୁଷ୍ଠାନକୁ ବଦନାମ କରାଯାଉଛି – ଆଦର୍ଶ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ଅନୁଗୋଳ – ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ଜଣେ ଯୁବକ ଆଦର୍ଶ ଇଞ୍ଜିନିୟରିଂ କଲେଜ ବିରୋଧରେ କରିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜାରି ରହିଛି।…
ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…