ମୁଖ୍ୟ ଖବର ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ Angul OnlineSeptember 25, 2022September 25, 2022 ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀ ସିଂ ଏନଟିପିସି ଥାନାରେ ଦୁଇବର୍ଷରୁ ଅଧିକ ସମୟ କାର୍ଯ୍ୟକରିଥିଲେ । ଦୁଇ ମାସ ପୂର୍ବରୁ ତାଙ୍କର ସମଲ ଥାନାକୁ ବଦଳି ହୋଇଥିଲା । ସମୟାନୁବର୍ତ୍ତିତା , ଲୋକଙ୍କୁ ସଠିକ ସେବା ଯୋଗାଇ ଦେବା ଯୋଗୁଁ ସେ ବେଶ ଲୋକପ୍ରିୟ ଥିଲେ । ତିନିଦିନ ତଳେ ତାଙ୍କ ମୁଣ୍ଡ ବୁଲାଇବା ସହ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଥିପାଇଁ ପ୍ରଥମେ ତାଙ୍କୁ କଣିହାଁ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ଆଜି ଅପରାହ୍ନ ପ୍ରାୟ ୨ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ – ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ…
ପୁଣି ହାତୀ ନେଲା ଆଉ ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ…
୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଡାକରା ତାଳଚେର – ଆସନ୍ତାକାଲି (ଶୁକ୍ରବାର) ତାଳଚେର ଓ ପାଲଲହଡା ୧୨ ଘଣ୍ଟିଆ ବନ୍ଦ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ…