ମୁଖ୍ୟ ଖବର ହାତୀ କଙ୍କାଳ ଉଦ୍ଧାର Angul OnlineSeptember 30, 2022September 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ ଆଜି ବନ ବିଭାଗକୁ ହାତୀର ହାଡ଼ କଙ୍କାଳ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରେ ଏକ ହାତୀର କଙ୍କାଳ ପଡିଥିବା ୱାଚର ମାନେ ଦେଖି ବନ ବିଭାଗ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ଓ ହାତୀର ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ହାଡ଼ ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି । Advertisement
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର – ପାଞ୍ଚ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର । ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ତେବେ ଗୋଟିଏ ପରେ ଗୋଟିଏ…