ମୁଖ୍ୟ ଖବର ହାତୀ କଙ୍କାଳ ଉଦ୍ଧାର Angul OnlineSeptember 30, 2022September 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ ଆଜି ବନ ବିଭାଗକୁ ହାତୀର ହାଡ଼ କଙ୍କାଳ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରେ ଏକ ହାତୀର କଙ୍କାଳ ପଡିଥିବା ୱାଚର ମାନେ ଦେଖି ବନ ବିଭାଗ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ଓ ହାତୀର ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ହାଡ଼ ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି । Advertisement
ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ…
ବୃଦ୍ଧ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ବଅଁରପାଳ ଥାନା ଅଞ୍ଚଳରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…
ମୃତ୍ୟୁ ସହ ଲଢ଼ୁଥିଲେ ଛାତ୍ର, ଭିଡିଓ କରୁଥିଲେ ଦେଖଣାହାରୀ ! ହାରିଗଲା ମାନବିକତା ଅନୁଗୋଳ – ମରିଗଲା ମାନବିକତା !ସଡ଼କ ଦୁର୍ଘଟଣାରେ ଛାତ୍ର ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ, ତାଙ୍କୁ ତୁରନ୍ତ ସହାୟତା କରିବା ବଦଳରେ ଲୋକେ ମୋବାଇଲରେ…