ବାଣିଜ୍ୟମୁଖ୍ୟ ଖବର ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ Angul OnlineJanuary 25, 2021January 25, 2021 ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ , ଏନଟିପିସି କଣିହାଁ ଓ ତାଳଚେର ଥର୍ମାଲ ଫାଟକ ସମେତ ଆଉ କିଛି କେନ୍ଦ୍ରୀୟ ସଂସ୍ଥାନ ସମ୍ମୁଖରେ ଦାବୀ ସମ୍ବନ୍ଧୀୟ ପୋଷ୍ଟର ମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଳଚେର ମେଡ଼ିକାଲ କଲେଜରେ ଚଳିତ ଶିକ୍ଷା ବର୍ଷଠାରୁ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ପ୍ରଦାନ,ଧୂଳି ଧୂଆଁ ପ୍ରଦୁଷଣକୁ କମାଯିବା , ଆଞ୍ଚଳିକ ବେକାରୀ ଦୂରିକରଣ ପାଇଁ ପଦକ୍ଷେପ ନିଆଯିବା , ୱାଗନରେ ପାଲ ଭିଡ଼ି କୋଇଲା ପରିବହନ କରାଯିବା , ତାଳଚେର ରେଳ ଷ୍ଟେସନଠାରୁ ଅନୁଗୋଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲୁପ୍ ଲାଇନ୍ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯିବା , ତାଳଚେର ପୁରୀ ପାସେଞ୍ଜରକୁ କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା , ବର୍ତ୍ତମାନ ପୁରୁଣା ଏନଟିପିସି ଥର୍ମାଲ ପାୱାର ପ୍ଲାଣ୍ଟକୁ ବନ୍ଦ କରା ନ ଯାଇ ନୂତନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟାରମ୍ଭ କରାଯିବା ଆଦି ଦାବୀ ନେଇ ଏହି ଅର୍ଥନୈତିକ ଅବରୋଧ କରାଯାଇଥିଲା । ଏହି ଅବରୋଧ ଫଳରେ ଉଭୟ ରେଳ ଓ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିବା ସହ ଉତ୍ପାଦନ ମଧ୍ୟ ଠପ୍ ହୋଇଥିଲା । ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ମଧ୍ୟ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଏହି ଆନ୍ଦୋଳନରେ ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧି ସାମିଲ ହୋଇଥିଲେ l ତେବେ ଅପରାହ୍ନରେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତ୍ରୀସ୍ତରୀୟ ବୈଠକ ଡକାଯାଇ ଆଲୋଚନା କରା ଯାଇଥିଲା । ବୈଠକରେ ସମସ୍ତ ଦାବୀ ପୂରଣ ନେଇ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଦ୍ବିତୀୟ ଥର ପାଇଁ ରାଷ୍ଟ୍ରୀୟସ୍ତରୀୟ ଗୋଲଡେନ୍ ପିକକ୍ ସିଏସଆର ପୁରସ୍କାର ପାଇଲା ଜେ.ଏସ୍.ପି. ଭୁବନେଶ୍ୱର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଇସ୍ପାତ ସେକ୍ଟରରେ କର୍ପୋରେଟ ସାମାଜିକ ଦାୟିତ୍ବ କାର୍ଯ୍ୟରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଗୋଲଡେନ୍…
ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ:- ନବୀନ ଜିନ୍ଦଲ • ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଏବଂ ସବୁଠାରୁ ସବୁଜ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ • କୋଲ୍ ଗ୍ଯାସ ପରି ସ୍ୱଚ୍ଛ…
କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ ଅନୁଗୁଳ – କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ଜିନ୍ଦଲ ଷ୍ଟିଲ ଆଣ୍ଡ…