ବାଣିଜ୍ୟମୁଖ୍ୟ ଖବର ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ Angul OnlineJanuary 25, 2021January 25, 2021 ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ , ଏନଟିପିସି କଣିହାଁ ଓ ତାଳଚେର ଥର୍ମାଲ ଫାଟକ ସମେତ ଆଉ କିଛି କେନ୍ଦ୍ରୀୟ ସଂସ୍ଥାନ ସମ୍ମୁଖରେ ଦାବୀ ସମ୍ବନ୍ଧୀୟ ପୋଷ୍ଟର ମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଳଚେର ମେଡ଼ିକାଲ କଲେଜରେ ଚଳିତ ଶିକ୍ଷା ବର୍ଷଠାରୁ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ପ୍ରଦାନ,ଧୂଳି ଧୂଆଁ ପ୍ରଦୁଷଣକୁ କମାଯିବା , ଆଞ୍ଚଳିକ ବେକାରୀ ଦୂରିକରଣ ପାଇଁ ପଦକ୍ଷେପ ନିଆଯିବା , ୱାଗନରେ ପାଲ ଭିଡ଼ି କୋଇଲା ପରିବହନ କରାଯିବା , ତାଳଚେର ରେଳ ଷ୍ଟେସନଠାରୁ ଅନୁଗୋଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲୁପ୍ ଲାଇନ୍ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯିବା , ତାଳଚେର ପୁରୀ ପାସେଞ୍ଜରକୁ କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା , ବର୍ତ୍ତମାନ ପୁରୁଣା ଏନଟିପିସି ଥର୍ମାଲ ପାୱାର ପ୍ଲାଣ୍ଟକୁ ବନ୍ଦ କରା ନ ଯାଇ ନୂତନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟାରମ୍ଭ କରାଯିବା ଆଦି ଦାବୀ ନେଇ ଏହି ଅର୍ଥନୈତିକ ଅବରୋଧ କରାଯାଇଥିଲା । ଏହି ଅବରୋଧ ଫଳରେ ଉଭୟ ରେଳ ଓ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିବା ସହ ଉତ୍ପାଦନ ମଧ୍ୟ ଠପ୍ ହୋଇଥିଲା । ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ମଧ୍ୟ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଏହି ଆନ୍ଦୋଳନରେ ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧି ସାମିଲ ହୋଇଥିଲେ l ତେବେ ଅପରାହ୍ନରେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତ୍ରୀସ୍ତରୀୟ ବୈଠକ ଡକାଯାଇ ଆଲୋଚନା କରା ଯାଇଥିଲା । ବୈଠକରେ ସମସ୍ତ ଦାବୀ ପୂରଣ ନେଇ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଲକ୍ଷ୍ମୀ ହୋଣ୍ଡାରେ ମେଗା ମନସୁନ ଅଫର ଅନୁଗୁକ – ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ MEGA MONSOON OFFER ର ଶୁଭାରମ୍ଭ ହୋଇଛି । ଏହି MONSOON…
ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ:- ନବୀନ ଜିନ୍ଦଲ • ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଏବଂ ସବୁଠାରୁ ସବୁଜ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ • କୋଲ୍ ଗ୍ଯାସ ପରି ସ୍ୱଚ୍ଛ…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…