ବାଣିଜ୍ୟ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ Angul OnlineOctober 11, 2022October 11, 2022 ଅନୁଗୁଳ – ଅନୁଗୁଳ ବିଜୁ ମୈଦାନ ପରିସରରେ ୫ମ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲିପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରିୟ ପୂଜା କମିଟିର ସମ୍ପାଦକ ଦିଲିପ ସାହୁ , ଓଷ୍ଟାର ଅନୁଗୁଳ ଶାଖା ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ ଓ ପତଞ୍ଜଳି ଯୋଗ ସମିତିର ସଭାପତି ଅଭୟ ରାୟ ଓ ସମାଜସେବୀ ପର୍ଶୁରାମ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଅନୁମତି ମିଳିଛି । ପାର୍ବଣ ଋତୁ ସାଙ୍ଗକୁ ଅକ୍ଟୋବର ୧୧ ତାରିଖ ଠାରୁ ଏହି ଶପିଂ ଫେଷ୍ଟିଭାଲ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ମେଳାକୁ ସିଗନେଚର୍ ଥ୍ରି ଗ୍ରୁପର ମୁଖ୍ୟ ସଞ୍ଜୟ କୁମାର ସାହୁ ପରିଚାଳନା କରୁଥିବା ବେଳେ ଏହି ମେଳାରେ ୮୦ ଗୋଟି ଷ୍ଟଲ୍ ପଡିଅଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ଘରକରଣା,ବୈଦ୍ୟୁତିକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକୀୟ ସାମଗ୍ରୀର ଷ୍ଟଲ ମାନ ଖୋଲା ହୋଇଛି । ମେଳାକୁ ବୁଲି ଆସିବା ଲୋକ ନିଜ ମନ ପସନ୍ଦର ସାମଗ୍ରୀ କିଣିବା ସାଙ୍ଗକୁ ଦୋଳି, ମୀନାବଜାର ଓ ଫୁଡ୍ କୋର୍ଟ ବୁଲିବାକୁ ମଜ୍ଜା ନେଇ ପାରିବେ । Advertisement
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪ ନୂଆଦିଲ୍ଲୀ- ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ…
ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି ହେବ – ଡିଭିଜନାଲ୍ ରେଲ୍ୱେ ମାନେଜର ଅନୁଗୁଳ – ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍ର ଡିଭିଜନାଲ୍ ରେଲ୍ୱେ ମାନେଜର ଶୀକାନ୍ତ ସିଂହ ଆଜି ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସ୍ପିଏଲ୍)ର ଅନୁଗୁଳ ସମନ୍ୱୀତ…