ବାଣିଜ୍ୟ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ Angul OnlineOctober 11, 2022October 11, 2022 ଅନୁଗୁଳ – ଅନୁଗୁଳ ବିଜୁ ମୈଦାନ ପରିସରରେ ୫ମ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲିପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରିୟ ପୂଜା କମିଟିର ସମ୍ପାଦକ ଦିଲିପ ସାହୁ , ଓଷ୍ଟାର ଅନୁଗୁଳ ଶାଖା ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ ଓ ପତଞ୍ଜଳି ଯୋଗ ସମିତିର ସଭାପତି ଅଭୟ ରାୟ ଓ ସମାଜସେବୀ ପର୍ଶୁରାମ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଅନୁମତି ମିଳିଛି । ପାର୍ବଣ ଋତୁ ସାଙ୍ଗକୁ ଅକ୍ଟୋବର ୧୧ ତାରିଖ ଠାରୁ ଏହି ଶପିଂ ଫେଷ୍ଟିଭାଲ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ମେଳାକୁ ସିଗନେଚର୍ ଥ୍ରି ଗ୍ରୁପର ମୁଖ୍ୟ ସଞ୍ଜୟ କୁମାର ସାହୁ ପରିଚାଳନା କରୁଥିବା ବେଳେ ଏହି ମେଳାରେ ୮୦ ଗୋଟି ଷ୍ଟଲ୍ ପଡିଅଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ଘରକରଣା,ବୈଦ୍ୟୁତିକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକୀୟ ସାମଗ୍ରୀର ଷ୍ଟଲ ମାନ ଖୋଲା ହୋଇଛି । ମେଳାକୁ ବୁଲି ଆସିବା ଲୋକ ନିଜ ମନ ପସନ୍ଦର ସାମଗ୍ରୀ କିଣିବା ସାଙ୍ଗକୁ ଦୋଳି, ମୀନାବଜାର ଓ ଫୁଡ୍ କୋର୍ଟ ବୁଲିବାକୁ ମଜ୍ଜା ନେଇ ପାରିବେ । Advertisement
ଗରିବ ଓ ନିଃସହାୟଙ୍କ ପାଇଁ ଦକ୍ଷାୟଣୀ ହେଲଥ କେୟାରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ସହର ଗାନ୍ଧିମାର୍ଗ ଅମଲାପଡା ନିକଟରେ ଅତ୍ୟାଧୁନିକ ଦକ୍ଷାୟଣୀ ହେଲଥ କେୟାର ଉଦଘାଟିତ ହୋଇ ଯାଇଛି । ଡା. ଦିଭେନ୍ଦୁ ପ୍ରସାଦ ସାହୁ ଓ…
ସିଦ୍ଧି ଲଷ୍ମୀ ମୋଟର୍ସର ନୂଆ Mahindra Commercial ସୋରୁମର ଉଦଘାଟନ ଅନୁଗୁଳ – ମଙ୍ଗଳବାର 5ଘଂଟିକା ସମୟରେ Mahindra & Mahindra commercial ର ଅଧିକୃତ ବିକ୍ରେତା ସିଦ୍ଧି ଲଷ୍ମୀ ମୋଟର୍ସ ର ପଞ୍ଚମହଲା ଠାରେ ନୂଆ ସୋରୁମର…
ଜେଏସପିକୁ ସିଏସଆର ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ଭୁବନେଶ୍ୱର – ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍…