ମୁଖ୍ୟ ଖବର ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ Angul OnlineOctober 13, 2022October 13, 2022 ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି । ସୀମାକୁ ନେଇ ଉଭୟ କମିଟି କର୍ମକର୍ତ୍ତା ମାନେ ବୈଠକ କରି ସମାଧାନର ବାଟ ଖୋଜୁଥିବା ବେଳେ ଏହା ସମାଧାନ ପରିବର୍ତ୍ତେ ଜଟିଳ ପରିସ୍ଥିତି ଆଡକୁ ଯାଇଛି । ଏପରିକି ବୈଠକ ପରେ ଦୁଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଇଛି । ସୂଚନା ଅନୁସାରେ ସହରର ବଜାର ଛକ ପୂଜା କମିଟି ଓ ଗାନ୍ଧୀ ଛକ ପୂଜା କମିଟି ନିଜ ବଜାରର ସୀମାକୁ ପୂଜା ପୂର୍ବରୁ ବିବାଦ ଆରମ୍ଭ ହୋଇଥିଲା । ବଜାର ପୂଜା କମିଟି ଶଙ୍କର ସିନେମା ରୋଡର ଜିଏସ ସେଣ୍ଟର ପର୍ଯ୍ୟନ୍ତ ନିଜ ସୀମା ଦାବି କରୁଥିବା ବେଳେ ଏହାକୁ ଗାନ୍ଧୀ ଛକ ପୂଜା କମିଟି ବିରୋଧ କରୁଛି । ଜିଏସ ସେଣ୍ଟର ପରେ ଥିବା ଏଚଡ଼ିଏଫସି ବ୍ୟାଙ୍କ ପର୍ଯ୍ୟନ୍ତ ତାଙ୍କ ସୀମା ବୋଲି ଗାନ୍ଧୀ ଛକ ପୂଜା କମିଟି ଦାବି କରୁଛି । ଏହି ବିବାଦ ଲାଗି ରହିଥିବାରୁ ବଜାରର କିଛି ଅଞ୍ଚଳରେ ପୂଜା ପାଇଁ ହେବାକୁ ଥିବା ସାଜସଜ୍ଜା ମଧ୍ୟ ହୋଇ ପାରିନି । ତେବେ ଉଭୟ କମିଟିର ଏହି ବିବାଦ ଧୀରେ ଧୀରେ ଉଗ୍ର ରୂପ ନେବା ପରେ ସେଣ୍ଟ୍ରାଲ ପୂଜା କମିଟି ଏହା ସମାଧାନ ପାଇଁ ଚିନ୍ତା କରିଥିଲା । ମେଲଣ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଦିନ ଉଭୟ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଥିଲା । ଆଉ ଆଲୋଚନା ପରେ ୨୦୧୯ ମସିହାରେ ଯେଉଁ ପୂଜା କମିଟି ଯେଉଁ ଅଞ୍ଚଳ ପାଇଁ ସାଜସଜ୍ଜା କରିବେ ବୋଲି ନିଷ୍ପତ୍ତି ନେଇଥିଲା । ଆଉ ଏହି ଅନୁସାରେ ଏକ ଇସ୍ଥାର ଜାରି କରିଥିଲା । ତେବେ ଏହାର ଅଳ୍ପ ସମୟ ପରେ ବଜାର ପୂଜା କମିଟି ପୁନର୍ବାର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା । ଫଳରେ ବିବାଦ ଆହୁରି ଘନେଇ ଥିଲା । ଆଉ ଗତକାଲି ସନ୍ଧ୍ୟାରେ ଏଚଡ଼ିଏଫସି ବ୍ୟାଙ୍କ ସମ୍ମୁଖରେ ଗାନ୍ଧୀଚ୍ଛକ ପୂଜା କମିଟି ବାଉଁଶ ପୋତି ଲାଇଟ ଲଗାଉଥିବା ସମୟରେ ବଜାର ଛକ ପୂଜା କମିଟିର କିଛି କର୍ମକର୍ତ୍ତା ପହଞ୍ଚି ଏହାକୁ ବିରୋଧ କରିଥିଲେ ଏହାକୁ କେନ୍ଦ୍ରକରି ଉଭୟ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏପରିକି ହାତାହାତି , ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉଭୟ କମିଟିର ୫ ଜଣ କର୍ମକର୍ତ୍ତାଙ୍କୁ ଥାନାକୁ ଡକାଇ ଥିଲା । ଆଉ ଥାନାରେ ଆଲୋଚନା ପରେ କୌଣସି ନିଷ୍କର୍ଷ ବାହାରି ପାରି ନଥିବାରୁ ବର୍ତ୍ତମାନ ଯିଏ ଯେତିକି ସୀମାରେ ପୂଜା କରୁଛି ସେତିକିରେ କରୁଥାନ୍ତୁ । ପୂଜା ପରେ ଏହାର ସମାଧାନର ବାଟ ଖୋଜା ଜୀବ ବୋଲି ନିଷ୍ପତ୍ତି ନିଆ ଯାଇଛି । Advertisement
ହସଖୁସିରେ ଆସୁଥିବାର ଭିଡିଓ ଅପଲୋଡ଼ର କିଛି ସମୟ ପରେ ଦୁର୍ଘଟଣା – ବିଜେଡିର ଯୁବନେତା ସମେତ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମରାତିରା ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଟ୍ରକ ପଛରେ ଧକ୍କା ଦେଲା…
ଟୀକା ପାଇଁ ମୃତ୍ୟୁ ଅଭିଯୋଗ କରି ଡାକ୍ତରଖାନାରେ ପ୍ରତିବାଦ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ନାଲକୋ ଡାକ୍ତରଖାନାରେ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତଦେହ ରଖି ପରିବାର ଲୋକ ପ୍ରତିବାଦ କରିଥିଲେ…
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…