ଆଞ୍ଚଳିକ ପ୍ରତିଶ୍ରୁତି ଦେଲେ ବିଧାୟକ – ବାଗଡିଆ ଥାନା ବାଗଡିଆରେ ହେବ Angul OnlineOctober 16, 2022October 16, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଉକ୍ତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ପ୍ରତିବାଦରେ ବାଗଡିଆ ହାଟପଦା ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ ଏହା ଦିନକୁ ଦିନ ଆନ୍ଦୋଳନ ରୂପ ନେଉଛି । କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜ କୁମାର ସାହୁଙ୍କ ସଭାପତିତ୍ବରେ ରବିବାର ୬ଟି ପଂଚାୟତର ୪୮ଟି ରାଜସ୍ବ ଗ୍ରାମର ସରପଂଚ ,ସଭାପତି ,ସମ୍ପାଦକ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ ପାଇଁ ଦ୍ବିତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଗଡିଆ ଥାନାକୁ ବାଗଡିଆରେ କରିବା ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲେ । ରବିବାର ଅପରାହ୍ନରେ କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜକାନ୍ତ ସାହୁ ,ସମ୍ପାଦକ କରୁଣାକର ବିଶ୍ବାଳ ,ଉପସଭାପତି ଉମାକାନ୍ତ ପ୍ରଧାନ ,ବାଗଡିଆ ଗ୍ରାମ ସଭାପତି ବିଜୟ କୁମାର ପ୍ରଧାନ ,ସମ୍ପାଦକ ସୁରେଶ ପ୍ରଧାନ ,ଖମାର ଗ୍ରାମ ସଭାପତି ନେତ୍ରାନନ୍ଦ ଗଡନାୟକ ,ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥ ,ଶିମିଳିପାଳ ସରପଂଚ ଗିରିଶ ଚନ୍ଦ୍ର ପ୍ରଧାନ ,ପୂର୍ବତନ ସରପଂଚ ବିଜୟ କୁମାର ଗଡନାୟକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ରାଜସ୍ବ ଗ୍ରାମର ପ୍ରତିନିଧି ମାନେ ବିଧାୟକଙ୍କ ବାସଭବନକୁ ଯାଇ ପ୍ରସ୍ତାବିତ ନୂତନ ଥାନା ବାଗଡିଆରେ କରିବା ପାଇଁ ଦାବି କରିଥିଲେ । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ଘୋଷଣା କରିଛନ୍ତି ସେହି ସ୍ଥାନରେ ଥାନା କରାଯିବ ବୋଲି କହିଥିଲେ । ବାଗଡିଆ ଥାନାକୁ ବାଗଡିଆରେ କରାଯିବ ଏବଂ ଆସନ୍ତା ୧୮ ତାରିଖରେ ବାଗଡିଆରେ ଥାନା ପାଇଁ ଚିହ୍ନଟ ଜମି ଦେଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆସନ୍ତା ୧୮ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରିଥିବା ଅନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । Advertisement
ଗେଲ ଇଣ୍ଡିଆର ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ତାତିଲେ ଗ୍ରାମବାସୀ – ଘେରିଲେ ତହସିଲ ଅଫିସ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯାଉଥିବା , ଧାମରା ଗ୍ୟାସ ପାଇପ ଲାଇନ ନିମନ୍ତେ ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ଛେଣ୍ଡିପଦା…
ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ ଭୁବନେଶ୍ବର – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର…
ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ନିର୍ଦ୍ଵନ୍ଦରେ ନିର୍ବାଚିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ…