ସମସ୍ୟା ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ବସି ରହି ଶିଷକ ନିଯୁକ୍ତି ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ସ୍କୁଲରେ ବହୁ ବର୍ଷ ହେଲା ହିନ୍ଦୀ ଓ ଗଣିତ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତ ଓ ହିନ୍ଦୀ ଶିକ୍ଷା ସଠିକ ଭାବେ ପାଇ ପାରୁ ନାହାନ୍ତି । ଏଥିପାଇଁ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପାଇଁ ଆଜି ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ବୋଲି କହିଛନ୍ତି । ବହୁ ସମୟ ଧରି ଫାଟକ ଆଗରେ ବସି ରହିବା ପରେ ବି ଇ ଓ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…
ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି…