ସମସ୍ୟା ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ବସି ରହି ଶିଷକ ନିଯୁକ୍ତି ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ସ୍କୁଲରେ ବହୁ ବର୍ଷ ହେଲା ହିନ୍ଦୀ ଓ ଗଣିତ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତ ଓ ହିନ୍ଦୀ ଶିକ୍ଷା ସଠିକ ଭାବେ ପାଇ ପାରୁ ନାହାନ୍ତି । ଏଥିପାଇଁ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପାଇଁ ଆଜି ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ବୋଲି କହିଛନ୍ତି । ବହୁ ସମୟ ଧରି ଫାଟକ ଆଗରେ ବସି ରହିବା ପରେ ବି ଇ ଓ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ତାଳଚେରରେ ହେବା ପାଇଁ ଦାବି ତାଳଚେର – କଳାହୀରାର ସହର ତାଳଚେରରେ ବହୁ ପ୍ରତିକ୍ଷୀତ ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ ସ୍ଥାପନ ହୋଇ ପାରି ନ ଥିବାରୁ ତାଳଚେର ବାସୀ ଉଦବେଗ ପ୍ରକାଶ କରିଛନ୍ତି…
ଏମସିଏଲ ଠିକା ସଂସ୍ଥା ହାତକୁ ଟେକିଦେଲା ସାଇଲୋ – ଧାରଣାରେ ଟ୍ରେଡ ୟୁନିଅନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ସାଇଲୋକୁ ଠିକା ସଂସ୍ଥା ହାତକୁ ଏମସିଏଲ ଟେକି ଦେଇଥିବାରୁ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ ଏମସିଏଲର…
କରୋନା ଟିକା ପାଇଁ ଭରଚୁଆଲ ମାଧ୍ୟମରେ ଖୋଲା ମତ କାର୍ଯ୍ୟକ୍ରମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ବୋଲ ମାନୁନି । ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୬୪୪ ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୧୯…