ମୁଖ୍ୟ ଖବର ଏକାଠି ଦୁଇ କଲରାପତରିଆ ବାଘ ମୃତ Angul OnlineOctober 27, 2022October 27, 2022 ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଥିଥିବା ସୂଚନା ଦେଲେ RCCF ଏମ୍ ଯୋଗ ଜୟାନନ୍ଦ । ମୃତ୍ୟୁ ହୋଇଥିବା ଉଭୟ ବାଘ ମା ଓ ତାର ପ୍ରାୟ ଏକ ବର୍ଷର ଛୁଆ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ନିକଟରେ ଏହି ଦୁଇଟି ବାଘଙ୍କର ମୃତ୍ୟୁ ହୋଇଛି । ବାଘ ଦୁଇଟି ପ୍ରାୟ ୧୦ ଦିନ ତଳୁ ମରିଥିବା ଅନୁମାନ କରୁଛି ବନ ବିଭାଗ । ତେବେ କଲରାପତରିଆ ବାଘ ଦୁଇଟିଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା କୌଣସି ଶିକାରୀ ଫାସରେ ପଡି ମୃତ୍ୟୁ ହୋଇ ଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଉଭୟ ବାଘର ନମୁନା ସଂଗ୍ରହ କରି OUAT କୁ ପଠା ଯାଇଛି । ନିଜେ ଡ଼ିଏଫଓ ସରୋଜ କୁମାର ପଣ୍ଡା ଓ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଏମ ଯୋଗ ଜୟାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । Advertisement
ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଲେ – ଷ୍ଟେସନ ଯିବା ବାଟରୁ କରିଥିଲେ ଅପହରଣ ! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା । ଘଟଣାରେ ଏବେ ନୂଆଁ ମୋଡ ଆସିଚ୍ଚି । ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ଛାତରୁ ପଡି ଯୁବକ ମୃତ ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ…