ମୁଖ୍ୟ ଖବର ଏକାଠି ଦୁଇ କଲରାପତରିଆ ବାଘ ମୃତ Angul OnlineOctober 27, 2022October 27, 2022 ଅନୁଗୁଳ – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇ ଦୁଇଟି ବାଘ ଙ୍କ ମୃତ୍ୟୁ । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳ ରେ ଦୁଇଟି କଲରାପତରିଆ ବାଘଙ୍କର ମୃତ୍ୟୁ ହୋଥିଥିବା ସୂଚନା ଦେଲେ RCCF ଏମ୍ ଯୋଗ ଜୟାନନ୍ଦ । ମୃତ୍ୟୁ ହୋଇଥିବା ଉଭୟ ବାଘ ମା ଓ ତାର ପ୍ରାୟ ଏକ ବର୍ଷର ଛୁଆ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ କୁଲାଙ୍ଗୀ ଗାଁ ନିକଟରେ ଏହି ଦୁଇଟି ବାଘଙ୍କର ମୃତ୍ୟୁ ହୋଇଛି । ବାଘ ଦୁଇଟି ପ୍ରାୟ ୧୦ ଦିନ ତଳୁ ମରିଥିବା ଅନୁମାନ କରୁଛି ବନ ବିଭାଗ । ତେବେ କଲରାପତରିଆ ବାଘ ଦୁଇଟିଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା କୌଣସି ଶିକାରୀ ଫାସରେ ପଡି ମୃତ୍ୟୁ ହୋଇ ଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଉଭୟ ବାଘର ନମୁନା ସଂଗ୍ରହ କରି OUAT କୁ ପଠା ଯାଇଛି । ନିଜେ ଡ଼ିଏଫଓ ସରୋଜ କୁମାର ପଣ୍ଡା ଓ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଏମ ଯୋଗ ଜୟାନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । Advertisement
ଋଣ ସୁଝି ପାରିଲେ ନାହିଁ – ହାତ ବାନ୍ଧି ଚପଲ ପିନ୍ଧାଇଲେ ମହିଳା – ଭିଡିଓ ଭାଇରାଲ ଅନୁଗୁଳ – ଋଣ ସୁଝି ନ ପାରିବାରୁ ଜଣେ ମହିଳାଙ୍କୁ ଗାଁରେ ବୈଠକ କରାଯାଇ ବେକରେ ଚପଲ ମାଳ ପକାଇ ବୁଲାଇବା ପରି ଏକ ଅଭାବନୀୟ ଘଟଣା…
ପୌରପାଳିକାର ୨୩ ରୁ ୧୬ ୱାର୍ଡ ସଂରକ୍ଷିତ ଅନୁଗୁଳ – ଆଗାମୀ ପୌର ନିର୍ବାଚନ ପାଇଁ ଅନୁଗୁଳ ପୌରପାଳିକାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ଅନୁଗୁଳ ପୌରପାଳିକା ୨୩…
ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ…