ମୁଖ୍ୟ ଖବର ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା Angul OnlineNovember 4, 2022November 4, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । କୋଇଲା ଗାଡି ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହୋଇ ଗଲାଣି । ଅନେକ ସମୟରେ ଦୁର୍ଘଟଣା ଘଟୁଛି । କୋଶଳା ଗ୍ରାମ ପାଞ୍ଚୟତ ଦେଇ ୬୩ ନମ୍ବର ରାଜ୍ୟ ରାଜପଥ ଗମନାଗମନର ମୁଖ୍ୟ ମାଧ୍ୟମ ହୋଇ ରହିଛି । ଏହି ରାଜପଥ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚି ସାରିଲାଣି । ଜନସାଧାରଣ ଭୋଗୁଥିବାଏହି ଅସୁବିଧା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ଦ୍ବାରା ୨୬.୦୯.୨୦୨୨ ତାରିଖରେ ଅବଗତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନର ପ୍ରତିଶୃତିର ଅଣଦେଖା କରିଥିବା କୋଶଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପାଇଁ କୋଶଳା ଗ୍ରାମର ଜନସାଧାରଣ , ସ୍କୁଲ ଛାତ୍ରଛାତ୍ରୀ , ଯାତାୟତ କରୁଥିବା ପଥଚାରୀଙ୍କ ଜନଜୀବନ ସୁରକ୍ଷା ଦୃଷ୍ଟିରୁ କୋଶଳା ଗ୍ରାମ ପାଞ୍ଚୟତରେ ଥିବା ସମସ୍ତ ଯୁବସମାଜ , କ୍ଲବ , ସଂଘଙ୍କୁ ନେଇ ଏକ ସଚେତନ ଯୁବ କ୍ରିୟାନୁଷ୍ଠାନ କମିଟି ପୁଣି ଏକ ବିଶାଳ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଅଛି । ଏବଂ ୦୫ ତାରିଖ ( ଶନିବାର ) ଠାରୁ କୋଶଳା ଦେଇ ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ କୋଇଲା ବୋଝେଇ ଭାରିଯାନ ଚଳାଚଳକୁ ସମ୍ପୂର୍ଣ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । Advertisement
ସୁଶାନ୍ତକୁ ଏନକାଉଣ୍ଟର କାହିଁକି କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ନାୟକ @ ଝାମୁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର…
ରଥଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା – ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ମୃତ, ଜଣେ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୩ ନମ୍ବର ରାଜ୍ୟ ରାଜପଥ କୁଦପାଳ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…