ମୁଖ୍ୟ ଖବର ଭାଲୁ ଆକ୍ରମଣରେ ଚାଷୀ ମୃତ Angul OnlineNovember 29, 2022November 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ଥାନା ଇଲାକା ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ୫୪ ବର୍ଷୀୟ ଜୟ ସାହୁ । ସୂଚନା ଅନୁସାରେ , ସୋମବାର ଅପରାହ୍ନ ସାଢେ ୩ଟା ବେଳେ ଜୟ ଘର ପାଖ ବିଲରେ କାମ କରୁଥିଲେ। ଏହି ସମୟରେ ବିଲ ପାଖକୁ ମାଙ୍କଡ଼ ପଲ ଆସିଥିଲେ । ଜୟ ମାଙ୍କଡ ଘଉଡାଉ ଥିବା ବେଳେ ବୁଦା ଆଢୁଆଳରେ ଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଚାଲି ଆସିଥିଲେ । ଫଳରେ ଭାଲୁଟି ପଳେଇ ଯାଇଥିଲା । ଗୁରୁତର ଅବସ୍ଥାରେ ଜୟଙ୍କୁ ଉଦ୍ଧାର କରା ଯାଇ ବନ କର୍ମଚାରୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣା ପଡିଛି । Advertisement
ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି…
ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ…
କାହିଁକି ଗାଳି କଲେ ବିଧାୟକ ବ୍ରଜ କିଶୋର ? ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଛି । ଯେଉଁଥିରେ ବିଧାୟକ ଏକ କମ୍ପାନୀର ଲୋକଙ୍କୁ…