ଅପରାଧ ନିଜ ଦେହରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳାଙ୍କ ଆତ୍ମହତ୍ୟା Angul OnlineJanuary 27, 2021January 27, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଜମରଡିହ ଗାଁ ରେ ବୁଧବାର ନିଜ ଦେହ ରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜମରଡିହ ଗ୍ରାମର ଶଙ୍କର ଧୀବରଙ୍କ ସ୍ତ୍ରୀ ପ୍ରଣତି ଧୀବର ୯ ମାସର ଅନ୍ତଃସତ୍ଵା ଥିଲେ । ଆଜି ସନ୍ଧ୍ୟା ସମୟରେ ଘରେ କେହି ନଥିବା ସମୟରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଚିତ୍କାର ଶୁଣି ଗ୍ରାମବାସୀ ଘରେ ପହଞ୍ଚିବା ବେଳକୁ ପ୍ରଣତି ଘର ଦୁଆରରେ ପଡିଥିବା ଦେଖିଥିଲେ । ସେତେବେଳକୁ ପ୍ରଣତିଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତ ପ୍ରଣତିଙ୍କ ସ୍ୱାମୀ ଶଙ୍କର କେନ୍ଦୁଝର ଅଞ୍ଚଳରେ କାମ କରୁଥିବାବେଳେ ସେ ଘରେ ରହୁ ନଥିଲେ । ପ୍ରଣତି ଘରେ ନିଜ ଶଶୁର, ଦେଢଶୁର ଏବଂ ଦୁଇ ଛୁଆଙ୍କ ସହ ରହୁଥିବାବେଳେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତଦନ୍ତ ପରେ ହିଁ ନିଆଁ କେମିତି ଲାଗିଲା ଆଉ ମୃତ୍ୟୁ କିଭଳି ହେଲା ତାହା ଜଣା ପଡିବ । Advertisement
ପରକ୍ରିୟା ପ୍ରୀତି ଯୋଗୁଁ ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା !! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଅଞ୍ଚଳରେ ପରକ୍ରିୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ପୁରୁଷ ସହ…
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…
କପି ପାଇଁ ଲାଞ୍ଚ ନେଇ ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ କାରାଦଣ୍ଡାଦେଶ ଅନୁଗୁଳ – ପରୀକ୍ଷାରେ କପି ଦେବା ପାଇଁ ଲାଞ୍ଚ ନେବା ମାମଲାରେ ସ୍କୁଲର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ ୩ ବର୍ଷ…