ଅପରାଧ ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ କରୁଥିବା ଏହି ପୁଲିସ ବାବୁଙ୍କ ଠାରୁ ସାଇବର ଠକ ୭୧ ହଜାର ଟଙ୍କା ଠକି ନେଇଛନ୍ତି । ସୂଚନା ଅନୁସାରେ ଏ ଏସ ଆଇ ରାମଚନ୍ଦ୍ର ଦାସଙ୍କ ସାନ ଭାଇ ଆସାମରେ ଆର୍ମି ଚାକିରି କରନ୍ତି । ସାନ ଭାଇଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଫେକ ଫେସବୁକ ଏକାଉଣ୍ଟ ଖୋଲି ରାମଚନ୍ଦ୍ରଙ୍କ ସହ ମେସେଞ୍ଜରରେ ମେସେଜ ପଠାଇ ଥିଲା । ଏଠି ଜଣେ ଅଫିସରଙ୍କର ବଦଳି ହେଉଛି । ସେ ବହୁତ ଗୁଡିଏ ଘରକରଣା ଜିନିଷକୁ କମ ଦାମରେ ବିକ୍ରି କରିବେ ବୋଲି କହୁଛନ୍ତି । ତେଣୁ କିଛି ଟଙ୍କା ପଠାଇବାକୁ କହିଥିଲା । ଠକ କଥାରେ ପଡି ରାମଚନ୍ଦ୍ର ୭୧ହଜାର ଟଙ୍କା ପଠାଇ ଦେଇଥିଲେ । ପରେ ଏହା ସାଇବର ଠକର କାରନାମା ବୋଲି ଜାଣି ପାରି ସେ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
ମାତାଜୀଙ୍କୁ ଦୁଷ୍କର୍ମ ଅଭିଯୋଗ – ଗିରଫ ହେଲେ ବାବାଜୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ଗାଁରେ ଜଣେ ମାତାଜୀଙ୍କୁ ଦୁଷ୍କର୍ମକରି ଜଣେ ବାବାଜୀ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ମଧୁପୁର ଗାଁର…
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…