ଅପରାଧ ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ କରୁଥିବା ଏହି ପୁଲିସ ବାବୁଙ୍କ ଠାରୁ ସାଇବର ଠକ ୭୧ ହଜାର ଟଙ୍କା ଠକି ନେଇଛନ୍ତି । ସୂଚନା ଅନୁସାରେ ଏ ଏସ ଆଇ ରାମଚନ୍ଦ୍ର ଦାସଙ୍କ ସାନ ଭାଇ ଆସାମରେ ଆର୍ମି ଚାକିରି କରନ୍ତି । ସାନ ଭାଇଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଫେକ ଫେସବୁକ ଏକାଉଣ୍ଟ ଖୋଲି ରାମଚନ୍ଦ୍ରଙ୍କ ସହ ମେସେଞ୍ଜରରେ ମେସେଜ ପଠାଇ ଥିଲା । ଏଠି ଜଣେ ଅଫିସରଙ୍କର ବଦଳି ହେଉଛି । ସେ ବହୁତ ଗୁଡିଏ ଘରକରଣା ଜିନିଷକୁ କମ ଦାମରେ ବିକ୍ରି କରିବେ ବୋଲି କହୁଛନ୍ତି । ତେଣୁ କିଛି ଟଙ୍କା ପଠାଇବାକୁ କହିଥିଲା । ଠକ କଥାରେ ପଡି ରାମଚନ୍ଦ୍ର ୭୧ହଜାର ଟଙ୍କା ପଠାଇ ଦେଇଥିଲେ । ପରେ ଏହା ସାଇବର ଠକର କାରନାମା ବୋଲି ଜାଣି ପାରି ସେ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଚୋରା କାଠ ବୋଝେଇ ପିକଅପ୍ ସହିତ ଜଣେ ଗିରଫ କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳର କୁମୁଣ୍ଡା ବିଟ୍ ହାଉସ ଅଧିନସ୍ଥ କୋଶଳା -ହିଙ୍ଗୁଳା ରାସ୍ତାରେ ଶନିବାର ଚଢାଉ କରି ୮୩ ପିସ୍ ଶାଳ ପଟ୍ଟା,…
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ସୌନ୍ଦର୍ଯ୍ୟ ପଛରେ ଥାଉ ପ୍ରଚାର ଆଗ – ସ୍କୁଲ କାନ୍ଥରେ ପ୍ରଚାର ପୋଷ୍ଟର ଅନୁଗୁଳ – ପୌରନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଚାର ଜୋରସୋରରେ କରୁଛନ୍ତି । ଘର…