ରାଜନୀତି ଏବିଭିପିର ରାଜ୍ୟ ଅଧିବେଶନ ଅନୁଗୁଳରେ ହେବ Angul OnlineDecember 7, 2022December 7, 2022 ଅନୁଗୁଳ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଚଳିତ ବର୍ଷ ଏବିଭିପିର ୪୭ ତମ ରାଜ୍ୟ ଅଧିବେଶନ ଆସନ୍ତା ଡ଼ିସେମ୍ବର ୨୩ , ୨୪ , ୨୫ତାରିଖ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର , ଅନୁଗୁଳ ସହରରେ ହେବାକୁ ଯାଉଛି । ଚଳିତ ବର୍ଷର ରାଜ୍ୟ ଅଧିବେଶନକୁ ସାରା ରାଜ୍ୟରୁ ୩୦ ଜିଲ୍ଲାରୁ ଛାତ୍ର , ଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକାଙ୍କ ସହ ୧୦୪୫ ପ୍ରତିନିଧି ଉପସ୍ଥିତ ରହିବେ ।ଅନୁଗୁଳ ସହରର ପ୍ରମୁଖ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ଅଧିବେଶନରେ ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଗୋବିନ୍ଦ ନାୟକ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଆପାଂଶୁ ଶେଖର ସିଲ୍ ଉପସ୍ଥିତ ରହିବେ । ୨୨ ତାରିଖ ସନ୍ଧ୍ୟା ୭ ଘଟିକାରେ ପ୍ରଦର୍ଶନୀ ଉଦଘାଟନ ହେବ । ପ୍ରଥମ ଦିନ ବା ୨୩ ତାରିଖ ସକାଳ ୯ ଘଟିକରୁ ଏବିଭିପିର ପତାକା ଉତ୍ତୋଳନ ହେବା ସହ କର୍ଯ୍ୟକ୍ରମ ଆରମ୍ଭ ହେବ ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଉଦଘାଟନ ସତ୍ର ଆରମ୍ଭ ହେବା ସହ ସ୍ବାବଲମ୍ବୀ ଭାରତ ଉପରେ ପ୍ରଥମ ଭାଷଣ ରହିବ । ଦ୍ୱିତୀୟ ଦିନରେ ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ବିଶାଳ ଶୋଭାଯାତ୍ରା ପାଇଁ ନିଜର ସାଂସ୍କୃତିକ ବେଶ ଭୂଷା ପୁରା ଅନୁଗୁଳ ସହର ପରିଭ୍ରମଣ କରିବା ସହ ସମସ୍ତ ପ୍ରତିନିଧି ରାଜା ଛକରେ ଖୋଲା ଅଧିବେଶନ ପାଇଁ ଏକତ୍ରିତ ହେବେ । ସେଠାରେ ରାଜ୍ୟର ଶିକ୍ଷା ସମସ୍ୟା , ମହିଳା ସୁରକ୍ଷା , ସୀମା ସୁରକ୍ଷା , ନିଶା ନିବାରଣ ଓ ରୋଜଗାରରେ ସରକାରଙ୍କ ଅପାରଗତା ବିଷୟରେ ଛାତ୍ର ନେତା ମାନେ ଭାଷଣ ରଖିବେ । ତୃତୀୟ ଦିନରେ ରାଜ୍ୟର ଶିକ୍ଷା ସ୍ଥିତି ଓ ସାମାଜିକ ସ୍ଥିତିର ପ୍ରସ୍ତାବ ପାରିତ ହେବ ଏହି ପ୍ରସ୍ତାବ ଆଧାରରେ ଚଳିତ ବର୍ଷ ବିଦ୍ୟାର୍ଥୀ ପରିଷଦ ତାର କାର୍ଯ୍ୟ କରିବ ସର୍ବଶେଷରେ ରାଜ୍ୟ ସଭାପତି ନୂତନ କାର୍ଯ୍ୟକାରିଣୀ ଘୋଷଣା କରିବେ । ଏହି ପ୍ରେସ ମିଟରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଜିଲ୍ଲା ସଂଯୋଜକ ଗୁଣନିଧି ତ୍ରୀପାଠୀ , ଛେଣ୍ଡିପଦା ନଗର ସମ୍ପାଦକ ଆଶିଷ ବେହେରା , ଅନୁଗୁଳ ନଗର ସମ୍ପାଦକ ଜିବେଶ ସାହୁ ଅନୁଗୁଳ ନଗର ସହ ସମ୍ପାଦକ , ସୁମନ ସାହୁ ପ୍ରମୁଖ ଉପସ୍ଥିତି ଥିଲେ । Advertisement
ସମ୍ବଲପୁରରୁ ଧର୍ମେନ୍ଦ୍ର , ଢେଙ୍କାନାଳରୁ ରୁଦ୍ର ହେବେ ସାଂସଦ ପ୍ରାର୍ଥୀ – ତାଲିକା ଘୋଷଣା କଲା ବିଜେପି ଅନୁଗୁଳ – ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର । ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ…
ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ…
ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମେଗାସ୍କାମ – ଜୟନ୍ତ ମହାନ୍ତି ଅନୁଗୋଳ – ଅନୁଗୋଳର ଏକ ଘରୋଇ ହୋଟେଲଠାରେ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ନିଯୁକ୍ତ ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ…