ରାଜନୀତି ଏବିଭିପିର ରାଜ୍ୟ ଅଧିବେଶନ ଅନୁଗୁଳରେ ହେବ Angul OnlineDecember 7, 2022December 7, 2022 ଅନୁଗୁଳ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଚଳିତ ବର୍ଷ ଏବିଭିପିର ୪୭ ତମ ରାଜ୍ୟ ଅଧିବେଶନ ଆସନ୍ତା ଡ଼ିସେମ୍ବର ୨୩ , ୨୪ , ୨୫ତାରିଖ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର , ଅନୁଗୁଳ ସହରରେ ହେବାକୁ ଯାଉଛି । ଚଳିତ ବର୍ଷର ରାଜ୍ୟ ଅଧିବେଶନକୁ ସାରା ରାଜ୍ୟରୁ ୩୦ ଜିଲ୍ଲାରୁ ଛାତ୍ର , ଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକାଙ୍କ ସହ ୧୦୪୫ ପ୍ରତିନିଧି ଉପସ୍ଥିତ ରହିବେ ।ଅନୁଗୁଳ ସହରର ପ୍ରମୁଖ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ଅଧିବେଶନରେ ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଗୋବିନ୍ଦ ନାୟକ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଆପାଂଶୁ ଶେଖର ସିଲ୍ ଉପସ୍ଥିତ ରହିବେ । ୨୨ ତାରିଖ ସନ୍ଧ୍ୟା ୭ ଘଟିକାରେ ପ୍ରଦର୍ଶନୀ ଉଦଘାଟନ ହେବ । ପ୍ରଥମ ଦିନ ବା ୨୩ ତାରିଖ ସକାଳ ୯ ଘଟିକରୁ ଏବିଭିପିର ପତାକା ଉତ୍ତୋଳନ ହେବା ସହ କର୍ଯ୍ୟକ୍ରମ ଆରମ୍ଭ ହେବ ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଉଦଘାଟନ ସତ୍ର ଆରମ୍ଭ ହେବା ସହ ସ୍ବାବଲମ୍ବୀ ଭାରତ ଉପରେ ପ୍ରଥମ ଭାଷଣ ରହିବ । ଦ୍ୱିତୀୟ ଦିନରେ ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ବିଶାଳ ଶୋଭାଯାତ୍ରା ପାଇଁ ନିଜର ସାଂସ୍କୃତିକ ବେଶ ଭୂଷା ପୁରା ଅନୁଗୁଳ ସହର ପରିଭ୍ରମଣ କରିବା ସହ ସମସ୍ତ ପ୍ରତିନିଧି ରାଜା ଛକରେ ଖୋଲା ଅଧିବେଶନ ପାଇଁ ଏକତ୍ରିତ ହେବେ । ସେଠାରେ ରାଜ୍ୟର ଶିକ୍ଷା ସମସ୍ୟା , ମହିଳା ସୁରକ୍ଷା , ସୀମା ସୁରକ୍ଷା , ନିଶା ନିବାରଣ ଓ ରୋଜଗାରରେ ସରକାରଙ୍କ ଅପାରଗତା ବିଷୟରେ ଛାତ୍ର ନେତା ମାନେ ଭାଷଣ ରଖିବେ । ତୃତୀୟ ଦିନରେ ରାଜ୍ୟର ଶିକ୍ଷା ସ୍ଥିତି ଓ ସାମାଜିକ ସ୍ଥିତିର ପ୍ରସ୍ତାବ ପାରିତ ହେବ ଏହି ପ୍ରସ୍ତାବ ଆଧାରରେ ଚଳିତ ବର୍ଷ ବିଦ୍ୟାର୍ଥୀ ପରିଷଦ ତାର କାର୍ଯ୍ୟ କରିବ ସର୍ବଶେଷରେ ରାଜ୍ୟ ସଭାପତି ନୂତନ କାର୍ଯ୍ୟକାରିଣୀ ଘୋଷଣା କରିବେ । ଏହି ପ୍ରେସ ମିଟରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଜିଲ୍ଲା ସଂଯୋଜକ ଗୁଣନିଧି ତ୍ରୀପାଠୀ , ଛେଣ୍ଡିପଦା ନଗର ସମ୍ପାଦକ ଆଶିଷ ବେହେରା , ଅନୁଗୁଳ ନଗର ସମ୍ପାଦକ ଜିବେଶ ସାହୁ ଅନୁଗୁଳ ନଗର ସହ ସମ୍ପାଦକ , ସୁମନ ସାହୁ ପ୍ରମୁଖ ଉପସ୍ଥିତି ଥିଲେ । Advertisement
ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ଟାମଡା ଅଧ୍ୟକ୍ଷ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ଅବନିକାନ୍ତ ସାହୁଙ୍କୁ ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ପଦ ମିଳିଛି…
ଆସନ୍ତାକାଲି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ – ଦଶନ୍ଧି ପରେ ଜିଲ୍ଲାକୁ ମିଳିବ ଗୁରୁତ୍ୱ !! ଅନୁଗୋଳ – ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଲୋକସେବା ଭବନର କନଭେନସନ ସେଣ୍ଟରରେ ପୂର୍ବାହ୍ମରେ ଶପଥ ଉତ୍ସବ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀଙ୍କୁ…
ସଡକ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମହେଶ ସାହୁ ଅନୁଗୁଳ – ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଜୟରାମ ଗଡ଼କରୀଙ୍କୁ ପାର୍ଲ୍ୟାମେଣ୍ଟ କାର୍ଯ୍ୟାଳୟରେ ସ୍ୱଜନ୍ୟ…