ମୁଖ୍ୟ ଖବର ଟ୍ରକ ପଛରେ ପିଟିଲା ସ୍କୁଟି – ଚାଳକ ମୃତ Angul OnlineDecember 9, 2022December 9, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡାହୋଇ ଥିବା ଏକ ଟ୍ରକ ପଛରେ ଗୋଟିଏ ସ୍କୁଟି ବାଡେଇ ହେବା ଫଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହେଇଛି । ମୃତ ସ୍କୁଟି ଚାଳକ ଜଣଙ୍କ ହେଲେ ଛେଣ୍ଡିପଦା ଗ୍ରାମର ଦାମୋଦର ସାହୁ ବୋଲି ଜଣା ପଡିଛି। ସୂଚନା ଅନୁସାରେ ଦାମୋଦର ସାହୁ ଶୁକ୍ରବାର ସନ୍ଧ୍ୟାରେ କୋଶଳାରୁ ନିଜ ସ୍କୁଟିରେ ଅନୁଗୁଳ – ଛେଣ୍ଡିପଦା ୬୩ ନମ୍ୱର୍ ରାଜ୍ୟ ରାଜପଥରେ ସନ୍ଧ୍ୟା ସାଢେ ୫ଟା ବେଳେ ଘରକୁ ଫେରୁଥିବା ବେଳେ ଗୋପୀନାଥ ପୁର ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ତେଲ ପକାଇବା ପାଇଁ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋଝଇ ଟ୍ରକ୍ ପଛରେ ବାଡେଇ ହୋଇଯାଇଥିଲେ ।ଫଳରେ ଘଟଣା ସ୍ଥଳରେ ଦାମୋଦର ଗୁରୁତର ହୋଇ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ଲୋକ ଦମୋଦରଙ୍କୁ ଗୁରୁତର ଆହତ ଅବସ୍ଥାରେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କର ମୁଣ୍ତ ଓ ଛାତିରେ ଗଭୀର ଆଘାତ ଲାଗିଥିଵାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଥିଲେ । ତେବେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଅନୁଗୁଳରେ ମୃତ୍ୟୁ ହୋଇ ଥିବା ଜଣା ପଡିଛି ।ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ସ୍କୁଟି ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। Advertisement
ବିଶ୍ଵାସ ଜିତୁଛି କୋଭିଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ରୁମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ସୁରୁଖୁରୁରେ ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଅନୁଗୁଳ…
ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମ୍ସିଏଲ୍ର ୯.୩୨ କୋଟି ମଞ୍ଜୁର ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ବୋର୍ଡର ସିଏସଆର୍ ପାଣ୍ଠିରୁ ୯.୩୨ କୋଟି…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ୨୦୧୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ…