ମୁଖ୍ୟ ଖବର ଟ୍ରକ ପଛରେ ପିଟିଲା ସ୍କୁଟି – ଚାଳକ ମୃତ Angul OnlineDecember 9, 2022December 9, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥ ପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ଛିଡାହୋଇ ଥିବା ଏକ ଟ୍ରକ ପଛରେ ଗୋଟିଏ ସ୍କୁଟି ବାଡେଇ ହେବା ଫଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହେଇଛି । ମୃତ ସ୍କୁଟି ଚାଳକ ଜଣଙ୍କ ହେଲେ ଛେଣ୍ଡିପଦା ଗ୍ରାମର ଦାମୋଦର ସାହୁ ବୋଲି ଜଣା ପଡିଛି। ସୂଚନା ଅନୁସାରେ ଦାମୋଦର ସାହୁ ଶୁକ୍ରବାର ସନ୍ଧ୍ୟାରେ କୋଶଳାରୁ ନିଜ ସ୍କୁଟିରେ ଅନୁଗୁଳ – ଛେଣ୍ଡିପଦା ୬୩ ନମ୍ୱର୍ ରାଜ୍ୟ ରାଜପଥରେ ସନ୍ଧ୍ୟା ସାଢେ ୫ଟା ବେଳେ ଘରକୁ ଫେରୁଥିବା ବେଳେ ଗୋପୀନାଥ ପୁର ଜିନ୍ଦଲ ପେଟ୍ରୋଲ ପମ୍ପ ନିକଟରେ ତେଲ ପକାଇବା ପାଇଁ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋଝଇ ଟ୍ରକ୍ ପଛରେ ବାଡେଇ ହୋଇଯାଇଥିଲେ ।ଫଳରେ ଘଟଣା ସ୍ଥଳରେ ଦାମୋଦର ଗୁରୁତର ହୋଇ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ଲୋକ ଦମୋଦରଙ୍କୁ ଗୁରୁତର ଆହତ ଅବସ୍ଥାରେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କର ମୁଣ୍ତ ଓ ଛାତିରେ ଗଭୀର ଆଘାତ ଲାଗିଥିଵାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଥିଲେ । ତେବେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଅନୁଗୁଳରେ ମୃତ୍ୟୁ ହୋଇ ଥିବା ଜଣା ପଡିଛି ।ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ସ୍କୁଟି ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। Advertisement
ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର…
୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ…
ଟେଣ୍ଡର ନିୟମ ଉଲ୍ଲଂଘନ- ତାଳଚେରର SNS Industrial Works କଳାତାଲିକାଭୁକ୍ତ ଅନୁଗୋଳ – ଗାଡ଼ି ଯୋଗାଣ ଟେଣ୍ଡରରେ ନିର୍ଦ୍ଧାରିତ ସର୍ତ୍ତ ପାଳନ ନକରିବା ତାଳଚେରର ଏମ୍/ଏସ୍ SNS Industrial Works Pvt. Ltd.କୁ ମହଙ୍ଗା ପଡ଼ିଛି। ଟେଣ୍ଡରରେ L-1…