ଅପରାଧ ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ Angul OnlineDecember 12, 2022December 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ସୁଚନା ଅନୁସାରେ ଗତ କାଲି ରାତି ୮ ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିବା ବେଳେ ଦୁଇଟି ମୋଟରସାଇକେଲରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ । ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ ଟି ଖଣ୍ଡା ଥିଲା। ସେମାନେ ଆକ୍ରମଣ କରିଥିବା ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ । କିନ୍ତୁ ମାରଣାସ୍ତ୍ର ଓ ମାଉଜରକୁ ସେମାନେ ସାମ୍ନା କରିପାରିନଥିଲେ । ଡକାୟତ ମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠି ଆଘାତ ଲାଗିଛି । ଏହାପରେ ଡକାୟତମାନେ ଦୋକାନରୁ ଆନୁମାନିକ ୬୦ ହଜାର ଟଙ୍କା ଓ କମ୍ପୁଟର ବୋହିନେଇ ପାଲାଇ ଯାଇଥିଲେ । ୪ ବର୍ଷ ପୂର୍ବରୁ ମଧ୍ୟ ତାଙ୍କର ଏହି ଦୋକାନରେ ଡକାୟତି ହୋଇଥିଲା । ଏ ନେଇ ଅମରଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । https://angulonline.com/odia/wp-content/uploads/2022/12/VID-20221212-WA0004.mp4 Advertisement
ଜଣେ ମହିଳା ସମେତ ୩ ଲୁଟେରା ଗିରଫ – ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗିଫ୍ଟ କାର୍ଡ କରିଥିଲେ ଲୁଟ ତାଳଚେର – ତାଳଚେର ଗୋପାଳପ୍ରସାଦ ଥାନା କୁମୁଣ୍ଡା- କୋଶଳା ଜଙ୍ଗଲ ରାସ୍ତାରେ ଗତ ୨୬ ତାରିଖ ଦିନ ଅନନ୍ତ କୋଇଲା ଖଣିର ଭିପିଆର କମ୍ପାନୀର ଗିଫ୍ଟ କାର୍ଡ…
ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର…
ଢ଼ାବା ବେପାରରୁ ବ୍ରାଉନସୁଗାର ବେପାର – ଗିରଫ କଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଆଜି ନାଲକୋନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ ୨୫୫ ଗ୍ରାମ…