ଅପରାଧ ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ Angul OnlineDecember 14, 2022December 14, 2022 ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର , ଶାଶୁ ଆଉ ଦେଢ଼ ଶାଶୁ । ଫଳରେ ଗୁରୁତର ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ । ଏଭଳି ଘଟଣା ଘଟିଛି ଅନୁଗୁଳରେ । ସୂଚନା ଅନୁସାରେ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ସହ ସେ ଭଲପାଇ କୋର୍ଟରେ ବିବାହ କରିଥିଲେ । କିଛି ଦିନ ଭଡ଼ା ଘରେ ରହିଥିଲେ । ତାର କିଛି ଦିନ ପରେ ମାନସ ଜୋସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ । ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା । ତା ପରେ ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ବୋହୁର ମାନ୍ୟତା ଦେଇ ଘରକୁ ନେଇଥିଲେ । କିଛି ଦିନ ହେଲା ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ । କୌଣସି ସୁଫଳ ନ ମିଳିବାରୁ ମାନସଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ଜୋସ୍ନା ।ତେବେ ଗତକାଲି ରାତିରେ ଜ୍ୟୋତ୍ସ୍ନାଙ୍କ ଶଶୁର ଘର ଲୋକ ନିର୍ଧୁମ ମାଡ଼ ମାରି ଥିଲେ । ସେମାନଙ୍କ ମାଡରେ ଜ୍ୟୋତ୍ସ୍ନାଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମାଡ଼ ହୋଇଛି । ସେ ଗୁରୁତର ଅବସ୍ଥାରେ ଅନୁଗୁଳ ଥାନାରେ ଅଭିଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ପୁଲିସ ଜ୍ୟୋତ୍ସ୍ନାଙ୍କ ସ୍ୱାମୀ , ଶଶୁର , ଶାଶୁ ଓ ଦେଢ଼ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କ ଠାରୁ ଲୁଟିନେଲେ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ମାଡ ମାରିବା ସହ ବାନ୍ଧି ଦେଇ ୨ଜଣ ଯୁବକ…
ଓଟିପି ମାଗି ୨୫ ହଜାର ଲୁଟିନେଲେ ତାଳଚେର – ଅନୁଗୁଳ ଜିଲ୍ଲାରେ ସାଇବର ଠକ ମାନେ ଜଣଙ୍କ ପରେ ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜାଲରେ ଫସାଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ…
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…