ଖେଳ ଓ ଖେଳାଳି କବାଡି ଚମ୍ପିୟାନସିପ ଆରମ୍ଭ Angul OnlineDecember 22, 2022December 22, 2022 ଅନୁଗୁଳ – ଅନୁଗୁଳରେ ଆୟୋଜନ ହୋଇଛି ରାଜ୍ୟ ସ୍ଥରୀୟ ୭୦ ତମ ସିନିୟର କବାଡି ଚମ୍ପିୟାନସିପ । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୁଳ ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି ଏହି ଚମ୍ପିୟାନସିପର ଆୟୋଜନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲାର ୩୨ ଟି ପୁରୁଷ ଓ ୨୪ ଟି ମହିଳା ଦଳର ପ୍ରାୟ ୯୧୦ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଉଭୟ ଲିଗ ଓ ନକ ଆଉଟ ପର୍ଯ୍ୟାୟରେ ମ୍ୟାଚ ଖେଳାଯିବ । ଏଠାରେ ଭଲ ପଦର୍ଶନ କରୁଥିବା ଖେଳାଳିଙ୍କୁ ଚୟନ କରାଯାଇ ମହାରାଷ୍ଟ୍ରର ଦିବାଙ୍ଗି ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ପଠା ଯିବ । ଆଜି ଆରମ୍ବ ହୋଇଥିବା ଏହି ଚମ୍ପିୟାନସିପ ପୂର୍ବରୁ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ସାଂସ୍କୃତିକ ଦଳ ମାନଙ୍କୁ ନେଇ କବାଡି ଚମ୍ପିୟାନସିପର ରାଲି ବାହାରି ଥିଲା । ଏହା ପରେ ସେଣ୍ଟ୍ରାଲ ଲଜ ଛକ ଦେଇ, ବଜାର ଛକ , ରାଜା ଛକ, ଥାନା ଛକ ଦେଇ ବିଜୁ ମଇଦାନରେ ପହଞ୍ଚିଥିଲା । ରାଲି ଏଠାରେ ପହଁଚିବା ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟନ କରିଥିଲେ । ତିନିଦିନ ଚାଲିବ ଏହି ପ୍ରତିଯୋଗିତା । Advertisement
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ହେମସୁରପଡା କ୍ଲବ ଫୁଟବଲ – ଟାଇବ୍ରେକରରେ ମା ବୁଢ଼ୀ କ୍ଲବ ବିଜୟୀ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ପଡ଼ିଆରେ ୧୧ତମ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ…
ଜେଏସପି ଫାଉଣ୍ଡେସନ ଏବଂ ଡିଟିଏସଆରଡିଏଫ୍ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଗୋଳ – ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ…