ଅପରାଧମୁଖ୍ୟ ଖବର ଯୁବକଙ୍କୁ ଗଳା କାଟି ହତ୍ୟା Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ତଣ୍ଟି କଟାଯିବା ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ସୂଚନା ଅନୁସାରେ ବନ୍ତଳା ବଜାର ହାଟ ପଛ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଜଣଙ୍କ ବନ୍ତଳା ବଜାରର କାଶୀନାଥ ବେହେରା(୩୫) ବୋଲି ଜଣାପଡିଛି । ଗତକାଲି ରାତି ପ୍ରାୟ ୮ ବେଳକୁ କାଶୀନାଥ ପରିସ୍ରା କରିବାକୁ କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକେ ଆଜି ସକାଳେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି(ରବିବାର) ମଧ୍ୟାହ୍ନ ସମୟରେ ଚଣା କ୍ଷେତରେ ଗାଁର କିଛି ଛୋଟ ପିଲା ଚଣା ଖାଇବାକୁ ଯାଇଥିବା ବେଳେ ସେଠାରେ କାଶୀନାଥଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ୍ ସହାୟତାରେ ପୁଲିସ ତଦନ୍ତ ଜାରିରଖିଛି । ସୂଚନା ଅନୁଯାୟୀ, କାଶୀନାଥ ମଜୁରୀ ଲାଗି ନିଜ ପରିବାର ଚଳାଏ । ତେବେ କିଏ ଓ କାହିଁକି କାଶିନାଥଙ୍କୁ ଏଭଳି ଗଳା କାଟି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ୯୦ହଜାର ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜାମ୍ବୁନାଲି ଛକ ନିକଟରେ ଜଣେ ମେଡିସିନ ପ୍ରତିନିଧିଙ୍କ ଠାରୁ ବନ୍ଧୁକ ମୁନରେ ୯୦ହଜାର…
ଯୁବକଙ୍କୁ ଗାଁ ଦାଣ୍ଡରେ ହତ୍ୟା ଘଟଣାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମପଞ୍ଚାୟତର କୁମ୍ଭକର୍ଣ୍ଣସାହିରେ ଘଟିଥିବା ଚାଞ୍ଚଲ୍ୟକର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ତଦନ୍ତ କରି…
ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ…