ଅପରାଧମୁଖ୍ୟ ଖବର ଯୁବକଙ୍କୁ ଗଳା କାଟି ହତ୍ୟା Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ତଣ୍ଟି କଟାଯିବା ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ସୂଚନା ଅନୁସାରେ ବନ୍ତଳା ବଜାର ହାଟ ପଛ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଜଣଙ୍କ ବନ୍ତଳା ବଜାରର କାଶୀନାଥ ବେହେରା(୩୫) ବୋଲି ଜଣାପଡିଛି । ଗତକାଲି ରାତି ପ୍ରାୟ ୮ ବେଳକୁ କାଶୀନାଥ ପରିସ୍ରା କରିବାକୁ କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକେ ଆଜି ସକାଳେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି(ରବିବାର) ମଧ୍ୟାହ୍ନ ସମୟରେ ଚଣା କ୍ଷେତରେ ଗାଁର କିଛି ଛୋଟ ପିଲା ଚଣା ଖାଇବାକୁ ଯାଇଥିବା ବେଳେ ସେଠାରେ କାଶୀନାଥଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ୍ ସହାୟତାରେ ପୁଲିସ ତଦନ୍ତ ଜାରିରଖିଛି । ସୂଚନା ଅନୁଯାୟୀ, କାଶୀନାଥ ମଜୁରୀ ଲାଗି ନିଜ ପରିବାର ଚଳାଏ । ତେବେ କିଏ ଓ କାହିଁକି କାଶିନାଥଙ୍କୁ ଏଭଳି ଗଳା କାଟି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ନିଖୋଜ ଯୁବକଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା ପୋଖରୀରୁ ଉଦ୍ଧାର ଅନୁଗୁଳ – ଢେଙ୍କାନାଳ ପଥର ଖଣି ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ହିନ୍ଦୋଳ ଅଗ୍ନିଶମ ବାହିନୀ ଓ ଅନୁଗୁଳ ପୁଲିସ । ମୃତ…
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…
ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ…