ଆଞ୍ଚଳିକମୁଖ୍ୟ ଖବର ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି ସନ୍ଧ୍ୟାରେ ଗାଁ ନିକଟକୁ ଆସି ବ୍ୟାପକ ପନିପରିବା ଫସଲ ଦଳି ଚକଟି ଦେବା ସହ ଓ କିଛି ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ଲଗାତାର ୫/୬ ଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଫଳରେ ଚାଷୀମାନେ ବହୁ ପରିଶ୍ରମ ଏବଂ ଖର୍ଚ୍ଚ କରି ଯାହାସବୁ ଉପାର୍ଜନ କରିଥିଲେ ସବୁ ନଷ୍ଟ ହୋଇଯାଇଛି । ଚାଷୀଙ୍କର କୋବି, ଟମାଟୋ, ବାଇଗଣ, ଆଳୁ, କଦଳୀ ଏବଂ ଅନେକ କିସମର ପନିପରିବା ଖାଇ ନଷ୍ଟ କରି ଦେଇଛି । ହାତୀପଲ ଘର ପାଖକୁ ଆସି ଏଭଳି ତାଣ୍ଡବ କରୁଥିବା ଯୋଗୁଁ ଯେଉଁ ଫସଲ ନଷ୍ଟ ହେଉଛି ସେଥିପାଇଁ ଲୋକେ ଯେତିକି ଚିନ୍ତିତ ନାହାନ୍ତି ତା’ ଠାରୁ ଅଧିକ ସେମାନଙ୍କ ଜୀବନ ସୁରକ୍ଷା ଚିନ୍ତା କରୁଛନ୍ତି । କାରଣ ଗାଁ ପାଖରେ ହାତୀପଲ ରହୁଥିବା ଏବଂ ଗାଁ ଭିତରକୁ ଚାଲି ଆସୁଥିବା ଯୋଗୁଁ ପିଲାଛୁଆଙ୍କୁ ନେଇ କେମିତି ରହିବେ ସେହି ଚିନ୍ତା ଲୋକମାନଙ୍କୁ ଘାରୁଛି । ଗତ କିଛିଦିନ ହେଲା ସେହି ଅଞ୍ଚଳରେ ସନ୍ଧ୍ୟା ହେଲେ କବାଟ ପକାଇ ଘର ଭିତରେ ରହୁଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକେ କିଛି ଦିନ ହେଲା ନିଜେ ନିଆଁ ଜାଳି ହାତୀ ଘଉଡାଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି । ଏବେ ଲୋକମାନେ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି । Advertisement
ଅନୁଗୁଳରେ ଆକାଶ ଇନଷ୍ଟିଚ୍ୟୁଟ ଉଦଘାଟନ କଲେ ବ୍ରଜ ପ୍ରଧାନ ଅନୁଗୁଳ – ଅନୁଗୁଳରେ ଖୋଲିଛି ଆକାଶ ଇନଷ୍ଟିଚ୍ୟୁଟ । ଆଜି ଅମଲାପଡା ଗାର୍ଲସ ହାଇସ୍କୁଲ ସମ୍ମୁଖରେ ଏହାର ଉଦଘାଟନ ହୋଇ ଯାଇଛି । ତାଳଚେର ବିଧାୟକ ବ୍ରଜ…
ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର – ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଷଣ୍ଢପାଳ ଠାରେ ତାଳଚେର ବିଧାୟକ ଖେଳ ପଡିଆକୁ ହଳ କରିଥିବା ନେଇ ବିଭିନ୍ନ ଖବର କାଗଜରେ ଅପପ୍ରଚାର କରାଯାଇଥିବା…
ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା…