ଆଞ୍ଚଳିକ ଅଷ୍ଟପ୍ରହର ନାମ ଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତଳମୂଳ ନୂଆସାହିରେ ଅନୁଷ୍ଠିତ ହୋଇଆସୁଥିବା ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଯାଇଅଛି । ଏହି ଉପଲକ୍ଷେ ଗ୍ରାମବାସୀଙ୍କ ଦ୍ୱାଦଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୪ ତାରିଖ ପୂର୍ବାହ୍ନ ରେ ବାଜା ଓ ବାଣ ର ବିରାଟ ପଟୁଆର ରେ କଳସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଅଧିବାସ ପୂଜା ଆରମ୍ଭ ସହିତ ସଂଧ୍ୟା ରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ଏହି ନାମଯଜ୍ଞ ରେ ଭୁବନେଶ୍ବର , ଆଠମଲ୍ଲିକ , ଖଜୁରିଆ , ଡିଳପଙ୍ଗା , ଫୁଲପଡ଼ା , ରକଲା ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ତଥା ବହୁ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଆଖ ପାଖ ଅଞ୍ଚଳ ତଥା ଗ୍ରାମବାସୀଙ୍କ ପାଇଁ ଅଖଣ୍ଡ ଅନ୍ନ ଯଜ୍ଞ ( ପ୍ରସାଦ ସେବନ ) ର ଅୟୋଜନ ହୋଇଥିଲା । ଉଦଯାପନ ଉତ୍ସବରେ ନଗର କୀର୍ତ୍ତନ ପରେ ପରେ ଦଇଣ୍ଡ ଭଞ୍ଜନ ହୋଇଥିଲା ତତ୍ ପରେ ଉକ୍ତ ନାମ ଯଜ୍ଞ ଅନୁଷ୍ଠାନର ଉଦ୍ୟୋକ୍ତା ତଥା ପ୍ରଥମରୁ ସାହାଯ୍ୟ କରିଆସୁଥିବା ସଙ୍କୀର୍ତ୍ତନ ମଣ୍ଡଳୀକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବ କୁ ପରିଚାଳନା କରିଥିଲେ ଗ୍ରାମର ଅନ୍ୟତମ ସଦସ୍ୟ ପ୍ରଦୀପ ଦାଶ । ଠାକୁରଙ୍କର ସମସ୍ତ ପୂଜନ ନୀତି ସୁପରିଚାଳନା କରିଥିଲେ ଗ୍ରାମର ସଭାପତି ଉତ୍ତମ ଚରଣ ଦାଶ । ସମ୍ବର୍ଦ୍ଧନା ଉତ୍ସବରେ ସଭାପତିହ୍ନ କରିଥିଲେ ଗ୍ରାମର କୃତି ଶିକ୍ଷକ ତଥା ଧର୍ମପରାୟଣ ବ୍ୟକ୍ତି ଶ୍ରୀଯୁକ୍ତ ଧୃବ ଚରଣ ଦାଶ । ସମ୍ମାନିତ ଅତିଥ୍ ଭାବରେ ଶ୍ରୀଯୁକ୍ତ ସୁଧାକର ଦାଶ ଶ୍ରୀଯୁକ୍ତ ଭ୍ରମର ବର ଦାଶ , ଶ୍ରୀଯୁକ୍ତ ରାଜକିଶୋର ପାଣିଗ୍ରାହୀ ଶ୍ରୀଯୁକ୍ତ ରବିନାରାୟଣ ଦାଶ , ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ , ଶ୍ରୀଯୁକ୍ତ ସର୍ବେଶ୍ବର ପାଣିଗ୍ରାହୀ ସମ୍ବର୍ଦ୍ଧନା ଉତ୍ସବରେ ସହଯୋଗ କରିଥିଲେ ଶ୍ରୀଯୁକ୍ତ ଦିଲ୍ଲୀପ ଦାଶଶର୍ମା , ଶ୍ରୀଯୁକ୍ତ ଶିଶିର ଦାଶ , ଶ୍ରୀଯୁକ୍ତ ଜୟନ୍ତ କୁମାର ଦାଶ ଓ ସୌମ୍ୟ ରଞ୍ଜନ ଦାଶ । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲେ । ଅରୁଣୋଦୟ ଯୁବ ସଂସଦ ର ସମସ୍ତ ସଦସ୍ୟ ତଥା ଗ୍ରାମବାସୀମାନେ ଉତ୍ସବ କୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । Advertisement
ଜରୁରୀ କାଗଜ ପତ୍ର ଓ ଟଙ୍କା ପାଇ ଥାନାରେ ଦେଲେ ଦୁଇ ଯୁବ ବନ୍ଧୁ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କଳ୍ପତରୁ ହୋଟେଲ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁଙ୍କୁ…
ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି ।…
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…