ଆଞ୍ଚଳିକ ଅଷ୍ଟପ୍ରହର ନାମ ଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତଳମୂଳ ନୂଆସାହିରେ ଅନୁଷ୍ଠିତ ହୋଇଆସୁଥିବା ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଯାଇଅଛି । ଏହି ଉପଲକ୍ଷେ ଗ୍ରାମବାସୀଙ୍କ ଦ୍ୱାଦଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୪ ତାରିଖ ପୂର୍ବାହ୍ନ ରେ ବାଜା ଓ ବାଣ ର ବିରାଟ ପଟୁଆର ରେ କଳସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଅଧିବାସ ପୂଜା ଆରମ୍ଭ ସହିତ ସଂଧ୍ୟା ରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ଏହି ନାମଯଜ୍ଞ ରେ ଭୁବନେଶ୍ବର , ଆଠମଲ୍ଲିକ , ଖଜୁରିଆ , ଡିଳପଙ୍ଗା , ଫୁଲପଡ଼ା , ରକଲା ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ତଥା ବହୁ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଆଖ ପାଖ ଅଞ୍ଚଳ ତଥା ଗ୍ରାମବାସୀଙ୍କ ପାଇଁ ଅଖଣ୍ଡ ଅନ୍ନ ଯଜ୍ଞ ( ପ୍ରସାଦ ସେବନ ) ର ଅୟୋଜନ ହୋଇଥିଲା । ଉଦଯାପନ ଉତ୍ସବରେ ନଗର କୀର୍ତ୍ତନ ପରେ ପରେ ଦଇଣ୍ଡ ଭଞ୍ଜନ ହୋଇଥିଲା ତତ୍ ପରେ ଉକ୍ତ ନାମ ଯଜ୍ଞ ଅନୁଷ୍ଠାନର ଉଦ୍ୟୋକ୍ତା ତଥା ପ୍ରଥମରୁ ସାହାଯ୍ୟ କରିଆସୁଥିବା ସଙ୍କୀର୍ତ୍ତନ ମଣ୍ଡଳୀକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବ କୁ ପରିଚାଳନା କରିଥିଲେ ଗ୍ରାମର ଅନ୍ୟତମ ସଦସ୍ୟ ପ୍ରଦୀପ ଦାଶ । ଠାକୁରଙ୍କର ସମସ୍ତ ପୂଜନ ନୀତି ସୁପରିଚାଳନା କରିଥିଲେ ଗ୍ରାମର ସଭାପତି ଉତ୍ତମ ଚରଣ ଦାଶ । ସମ୍ବର୍ଦ୍ଧନା ଉତ୍ସବରେ ସଭାପତିହ୍ନ କରିଥିଲେ ଗ୍ରାମର କୃତି ଶିକ୍ଷକ ତଥା ଧର୍ମପରାୟଣ ବ୍ୟକ୍ତି ଶ୍ରୀଯୁକ୍ତ ଧୃବ ଚରଣ ଦାଶ । ସମ୍ମାନିତ ଅତିଥ୍ ଭାବରେ ଶ୍ରୀଯୁକ୍ତ ସୁଧାକର ଦାଶ ଶ୍ରୀଯୁକ୍ତ ଭ୍ରମର ବର ଦାଶ , ଶ୍ରୀଯୁକ୍ତ ରାଜକିଶୋର ପାଣିଗ୍ରାହୀ ଶ୍ରୀଯୁକ୍ତ ରବିନାରାୟଣ ଦାଶ , ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ , ଶ୍ରୀଯୁକ୍ତ ସର୍ବେଶ୍ବର ପାଣିଗ୍ରାହୀ ସମ୍ବର୍ଦ୍ଧନା ଉତ୍ସବରେ ସହଯୋଗ କରିଥିଲେ ଶ୍ରୀଯୁକ୍ତ ଦିଲ୍ଲୀପ ଦାଶଶର୍ମା , ଶ୍ରୀଯୁକ୍ତ ଶିଶିର ଦାଶ , ଶ୍ରୀଯୁକ୍ତ ଜୟନ୍ତ କୁମାର ଦାଶ ଓ ସୌମ୍ୟ ରଞ୍ଜନ ଦାଶ । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲେ । ଅରୁଣୋଦୟ ଯୁବ ସଂସଦ ର ସମସ୍ତ ସଦସ୍ୟ ତଥା ଗ୍ରାମବାସୀମାନେ ଉତ୍ସବ କୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । Advertisement
ବିଦ୍ୟୁତ ଆଘାତରେ ଜଣେ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା…
ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର…
ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ – ବ୍ଲକ ଆଗରେ କାଠ ଚୁଲ୍ଲାରେ ରୋଷେଇ କଲେ ମହିଳା ଅନୁଗୁଳ – କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଅନୁଗୁଳ…