ମୁଖ୍ୟ ଖବର ତୁର୍କୀ ପରେ ତାଳଚେରକୁ ଭୂମିକମ୍ପର ଭୟ Angul OnlineFebruary 7, 2023February 7, 2023 ତାଳଚେର – ତୁର୍କୀରେ ଭୟାବହ ଭୂମିକମ୍ପ ପରେ ଏବେ ତାଳଚେର ସହରବାସୀଙ୍କ ମନରେ ଭୟର ବାତାବରଣ । କେତେବେଳେ ଯେ କିଏ ମାଟି ତଳକୁ ଦବି ଯିବ ଏହି ଭୟ ତାଳଚେର ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି । ସାମାନ୍ୟ ଭୂମିକମ୍ପରେ ତାଳଚେର ସହର ସମ୍ପୂର୍ଣ୍ଣ ମାଟି ଭିତରକୁ ଚାଲିଯିବାର ଆଶଙ୍କା ରହିଛି । କାରଣ ଗତ କିଛିବର୍ଷ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରେ ହଠାତ୍ ମାଟି ଦବି ଗର୍ଭ ସୃଷ୍ଟି ହୋଇଛି । ଖଣି ଖାଦାନରେ ଭରପୁର ସହର ତାଳଚେର । ତାଳଚେରରେ ରହିଥିଲା ୧୮ଟି କୋଇଲା ଖଣି । ତା ଭିତରେ ୫ ଟି ଭୁତଳ କୋଇଲା ଖଣି ଥିବାବେଳେ ଅନ୍ୟ ୧୩ଟି ଖୋଲା ମୁହଁ କୋଇଲା ଖଣି । ୫ ଟି ଭୂତଳ କୋଇଲା ଖଣି କେବେଠାରୁ ବନ୍ଦ ହୋଇ ସାରିଲାଣି । ତେବେ ଏହି ଭୁତଳ କୋଇଲା ଖଣି ପାଇଁ ସହର ବାସୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସହରବାସୀଙ୍କୁ ସବୁବେଳେ ମାଟି ତଳକୁ ଦବି ଯିବାର ଭୟ ରହୁଛି । କାରଣ ବିଭିନ୍ନ ସମୟରେ ସହରରେ ଅନେକ ଜାଗାରେ ମାଟି ଦବି ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଛି । ଦେଖିବାକୁ ଗଲେ ବିଗତ ଦିନରେ ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ମାଟି ଦବି ବଡ ବଡ ଗର୍ତ ସୃଷ୍ଟି ହୋଇଛି । ସେପଟେ ତୁର୍କୀରେ ହୋଇଥିବା ଭୂମିକମ୍ପ ପରେ ତାଳଚେର ବାସୀଙ୍କୁ ଏହି ଭୟ ଦ୍ବିଗୁଣିତ କରି ଦେଇଛି । ବାରମ୍ବାର ମାଟି ଦବିବା ଫଳରେ ତାଳଚେର ବାସିନ୍ଦା ସଦା ସର୍ବଦା ଭୟଭିତ ହୋଇ ରୁହନ୍ତି । କେତେବେଳେ କେଉଁ ଯାଗାରେ ମାଟି ଦବିବ ତାହା ନେଇ ଅନିଶ୍ଚିତତା ଭିତରେ ଗତିକରନ୍ତି ସେମାନେ । ଅନ୍ୟପଟେ ଏହା ଏକ ଭୁମିକମ୍ପ ପ୍ରବଣ ଅଞ୍ଚଳ । ଏଣୁ ଲୋକଙ୍କ ମନରେ ପାତାଳ ଭିତରକୁ ଚାଲିଯିବାର ଭୟ ରହୁଛି । ତେବେ ଏଭଳି ଘଟଣା ବାରମ୍ବାର ଘଟୁ ଥିବାରୁ ଏହାକୁ ଗୁରୁତର ସହ ଜିଲ୍ଲା ପ୍ରଶାସନ ନେଇଥିବା କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମ୍.ସି.ଏଲକୁ ତାଗିଦ କରାଯାଇଥିବା କଥା କହିଛନ୍ତି ଜିଲ୍ଲାପାଳ । ଯଥା ସମ୍ଭବ ବନ୍ଦ ହୋଇ ପଡ଼ିଥିବା ଭୂତଳ କୋଇଲା ଖଣି ଗୁଡିକରେ ବାଲି ଭର୍ତ୍ତି କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଆଉ ପ୍ରତ୍ୟେକ ମାସରେ ଜିଲ୍ଲା ପ୍ରଶାସନକୁ ଏମ୍.ସି.ଏଲ ପକ୍ଷରୁ ବାଲି ଭର୍ତ୍ତି ନେଇ ରିପୋର୍ଟ ପ୍ରଦାନ କରା ଯାଉଛି । ତଥାପି ଭୂମିକମ୍ପର ଭୟ ରହୁଥିବାରୁ ଏ ନେଇ ତଦାରଖ ମଧ୍ୟ କରା ଯାଉଛି । Advertisement
ଜାତୀୟ ପତାକାକୁ ଅସମ୍ମାନ – ଛିଣ୍ଡା ପତାକା ବନ୍ଧା ହୋଇଛି ଖୁଣ୍ଟରେ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ଠାରେ ଲାଗିଥିବା ବିଶାଳ ଜାତୀୟ ପତାକାକୁ ଅସମ୍ମାନ । ଜାତୀୟ ପତାକା ଛିଣ୍ଡା ଅବସ୍ଥାରେ ଥିବା ବେଳେ ଖୁଣ୍ଟର ତଳ…
ଅନୁଗୋଳ ଜିଲ୍ଲା ପୁଲିସକୁ ବଡ଼ ସଫଳତା – ଜମନତାରାରୁ ଧରିଲା ସାଇବର ଠକ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ…
ଜବରଦଖଲ ଉଚ୍ଛେଦ ବେଳେ କାଳିସୀ ମାତିଲେ – ଫେରି ଆସିଲା ପ୍ରଶାସନ ଅନୁଗୁଳ – ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ ମାତିଲେ । ଫଳରେ ପ୍ରଶାସନକୁ ବହୁ ସମୟ ଧରି…