ସମସ୍ୟା ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ Angul OnlineFebruary 26, 2023February 26, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର ଧାନ ଗଛ ନଷ୍ଟ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଇଂ . ପ୍ରିୟଦର୍ଶନୀ ସ୍ଵାଇଁ ମୁଖ୍ୟମନ୍ତ୍ରୀ , କୃଷିମନ୍ତ୍ରୀ ଓ କୃଷି ସଚିବଙ୍କୁ ଟୁଇଟ୍ କରି ଜଣାଇବା ପରେ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରି ପଦକ୍ଷେପ ନେବାକୁ କୃଷି ସଚିବ ଡ . ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।କିଶୋରନଗର ବ୍ଲକ କୃଷି ଅଧିକାରୀ ଏବଂ ଆଠମଲ୍ଲିକ କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ ଆଜି ଉକ୍ତ ଗ୍ରାମକୁ ଯାଇ ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗ୍ରାମର ପ୍ରାୟ ୧୫ ଏକର ଚାଷ ଜମିରେ ଖରାଟିଆ ଧାନଚାଷ ହୋଇଛି । କୀଟନାଶକ ଓଭର୍ଡୋଜ୍ ଯୋଗୁଁ ପ୍ରାୟ ୨ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହାଛଡ଼ା ହଠାତ୍ ଖରା ବୃଦ୍ଧି ପାଇଥିବାରୁ ଆଉ କିଛି ଚାଷଜମିରେ ଧାନଗଛ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ରିହାତି ଦରରେ ସାର , ଔଷଧ ଆଦି ଯୋଗାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଏଥିସହ ଖୁବ୍ଶୀଘ୍ର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କୃଷି ଅଧିକାରୀ ପମିଲ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । Advertisement
ମାଟି କାମୁଡ଼ିଛି କ୍ରୀଡ଼ା ଓ କ୍ରୀଡ଼ାବିତ୍ – ଷ୍ଟାଡ଼ିୟମ୍ ଜରାଜୀର୍ଣ୍ଣ ଅବସ୍ଥା, କାହାକୁ ଦିଶୁନି ଅନୁଗୁଳ – ନାଁ’କୁ ମାତ୍ର ଷ୍ଟାଡିୟମ୍ । ଏଠାରେ ଖେଳ କମ୍, ରାଜନୀତି ଅଧିକ । କ୍ରୀଡ଼ା ଆୟୋଜନର ନାଁ’ ଗନ୍ଧ ନାହିଁ । ଅଥଚ ଅନ୍ୟାନ୍ୟ…
ଏମସିଏଲର ସବ୍ କମିଟି ବୈଠକ – ୧୨ଟି ସମସ୍ୟାର ଆଲୋଚନା ଅନୁଗୁଳ -: ଅନୁଗୁଳ ଜିଲ୍ଲା ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ…
ସ୍କୁଲ ଗେଟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁମଣ୍ଡ ଅଲେଖପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇଂରାଜୀ ପଢ଼ାଉ ଥିବା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉଥିବା ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ…