ଆଞ୍ଚଳିକ ଜଳିଗଲା ଆଠ ବଖରା ଘର Angul OnlineFebruary 27, 2023February 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ ଘରେ ବିଦ୍ୟୁତ ସର୍କିଟରୁ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପୁର୍ବରୁ ୮ଟି ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମର ରବିନ୍ଦ୍ର ନାୟକଙ୍କ ୩ବଖରା, କୁନି ନାୟକଙ୍କ ୨ବଖରା, ଛବି ନାୟକଙ୍କ ୨ବଖରା ଓ ସଜନି ନାୟକଙ୍କ ଗୋଟିଏ ବଖରା ଘର ଜଳିଯାଇଥିବାବେଳେ ଏକ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ଜେଏସପି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଅଗ୍ନିକାଣ୍ଡ ଫଳରେ ୪ଟି ପରିବାର ଖୋଲା ଆକାଶ ତଳେ ଅଛନ୍ତି । Advertisement
କର୍ତ୍ତବ୍ୟ ବେଳେ ହୋମଗାର୍ଡଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଅଫିସରେ ରାତି ଡିୟୁଟି କରୁଥିବା ଜଣେ ୫୫ ବର୍ଷୀୟ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ଶରଧା…
ଜାମୁକୋଳି ଖାଇବା ଯାଇ ଆଉ ଫେରିଲା ନାହିଁ – ପୋଖରୀରେ ବୁଡି ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦…
ଜନ୍ମ ନେଲା ଅଦ୍ଭୁତ ବାଛୁରୀ – ପୂଜା କରୁଛନ୍ତି ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ଗାଇର ମାଲିକ ଯେ କେବଳ…