ଅପରାଧ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ Angul OnlineMarch 3, 2023March 3, 2023 ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଅବକାରୀ ବିଭାଗ ଠାକୁରଗଡରୁ ଅନୁଗୋଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଭୋର ସମୟରେ ମୁଣ୍ଡାସାହି ନିକଟରେ ସନ୍ଦେହରେ ଏକ କାରକୁ ଅଟକାଇ ପଚରାଉଚରା ବେଳେ ସେମାନେ ବାହାଘର ନିମନ୍ତ୍ରଣ ପତ୍ର ବାଣ୍ଟିବା ପାଇଁ ଯାଉଥିବା କହିଥିଲେ । ତେବେ ସନ୍ଦେହ ବଢିବାରୁ ଗାଡିକୁ ଜାଞ୍ଚ କରିବା ବେଳେ କାରରୁ ୬୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଫଳରେ ସେଥିରେ ଥିବା ତିନି ଜଣଙ୍କୁ ଗିରଫ କରାଯାଇଥିଲା । ସେହିଭଳି ବଇଣ୍ଡା ଛକ ନିକଟରେ ଏକ ବୋଲେରୋ ଗାଡିରୁ ୪୮ କେଜି ଗଞ୍ଜେଇ ଜବତ ମଧ୍ୟ କରାଯାଇଛି । ସେଥିରେ ମଧ୍ୟ ଥିବା ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ଏହି ସବୁ ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ବାଲେଶ୍ଵର ଚାଲାଣ ହେଉଥିବା ଜଣା ପଡିଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ । Advertisement
ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ ଅନୁଗୁଳ – ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭…
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…